fbpx

ଭଦ୍ରକ ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀରେ ଜାରି ହେଲା ୧୪୪ ଧାରା

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାର କାର୍ଯ୍ୟ ସରିଥିବା ବେଳେ ଆସନ୍ତା ମାସ ୧ ତାରିଖରେ ମତଦାନ ଗ୍ରହଣ କରାଯିବ । ଏହାପରେ ଜୁନ ୪ରେ ଫଳାଫଳ ଘୋଷଣା କରାଯିବ । ଇଭିଏମ୍ ମେଶିନର ତଥ୍ୟ ଅନେକ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବ । ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ଭଦ୍ରକ ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀରେ ୧୪୪ ଧାରା ଜାରି କରାଯାଇଛି ।

ସୂଚନା ମୁତାବକ, ଭଦ୍ରକ ଜିଲ୍ଲାର ଜିଲ୍ଲାପାଳ ୧୪୪ ଧାରା ଜାରି କରିଛନ୍ତି । ଆଜି ସନ୍ଧ୍ୟା ୬ଟା ଠାରୁ ଜିଲ୍ଲାରେ ଏହା ଜାରି ହୋଇଥିବା ବେେଳେ ତାହା ଜୁନ୍ ୨ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । କୌଣସି ସ୍ଥାନରେ ୫ରୁ ଅଧିକ ଲୋକ ଏକତ୍ର ନ ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହିତ ସନ୍ଧ୍ୟା ୬ଟା ପରେ ବାହାର ଜିଲ୍ଲାର କୌଣସି ଲୋକ ହୋଟେଲ କି ଗେଷ୍ଟ ହାଉସନରେ ନ ରହିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.