fbpx

(Video) ମୁଖ୍ୟମନ୍ତ୍ରୀ ବସିଥିବା ବେଳେ ହଠାତ୍ ଷ୍ଟେଜରେ ଚଢିଗଲେ ଯୁବକ; ଫିଙ୍ଗିଦେଲେ ଶାଲ୍, ତା’ ପରେ….

ବେଙ୍ଗାଲୁରୁ: ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି । କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ସୁରକ୍ଷାରେ ତ୍ରୁଟି ଦେଖାଯାଇଛି । ମୁଖ୍ୟମନ୍ତ୍ରୀ ବସିଥିବା ବେଳେ ଷ୍ଟେଜ ଉପରକୁ ଚଢି ଯାଇଥିଲେ ଅଜଣା ଯୁବକ । କେହି କିଛି ବୁଝିବା ଆଗରୁ ହଠାତ୍ ମଞ୍ଚ ଉପରକୁ ଚଢି ମୁଖ୍ୟମନ୍ତ୍ରୀଙ୍କ ଆଡକୁ ଦୌଡୁଥିଲେ ଅଜ୍ଞାତ ଯୁବକ । କିନ୍ତୁ ସୌଭାଗ୍ୟବଶତଃ ସେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚିବା ପୂର୍ବରୁ ଅଟକାଇ ଦେଇଥିଲେ ସୁରକ୍ଷାକର୍ମୀ । ତେବେ କେଉଁ କାରଣ ପାଇଁ ଏବଂ କେଉଁ ପରିସ୍ଥିତିରେ ଏଭଳି କାର୍ଯ୍ୟ କରିଲେ ସେନେଇ କୌଣସି ସୂଚନା ମିଳିନଥିବା ବେଳେ ପୋଲିସ ଅଧିକ ପଚରାଉଚରା ଜାରି ରହିଛି । ବେଙ୍ଗାଲୁରୁରେ ଡେମୋକ୍ରାସୀ ଡେ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ । ତେବେ ବର୍ତ୍ତମାନ ସେହି ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁସାରେ, ପ୍ରେସିଡେନ୍ସି ଡେରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଆସିଥିଲେ । ବୈଠକ ଚାଲିଥିବା ବେଳେ ମଞ୍ଚରେ ବସିଥିଲ ସିଦ୍ଦରମୈୟା । ସମସ୍ତେ ଏକାଠି ହୋଇ ବସିଥିବା ବେଳେ ଏହି ମୌକାରେ ଷ୍ଟେଜ ଉପରକୁ ଚଢି ଯାଇଥିଲେ ଜଣେ ଅଜ୍ଞାତ ଯୁବକ । ତେବେ ସେ ଷ୍ଟେଜ ଉପରେ ଦୌଡିବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କୁ ଟାଣିଟାଣି ତଳକୁ ଅଣାଯାଇଥିଲା । ଏହାପରେ ସୁରକ୍ଷାକର୍ମୀମାନେ ପୋଲିସକୁ ଜିମା ଦେଇଥିଲେ । ପୋଲିସ ତାଙ୍କୁ ଗିରଫ କରିଥିବା ଜଣାପଡିଛି । ତେବେ ଗିରଫ ହୋଇଥିବା ଯୂବକଙ୍କ କହିବା ଅନୁସାରେ, ସେ ମୁଖ୍ୟମନ୍ତ୍ରୀଙ୍କୁ ଉତ୍ତରୀୟ ଦେବା ପାଇଁ ଆସିଥିଲେ ।

Get real time updates directly on you device, subscribe now.