fbpx

ଦାର୍ଜିଲିଂ ଟ୍ରେନ ଦୁର୍ଘଟଣା; Photosରେ ଦେଖନ୍ତୁ ପଶ୍ଚିମବଙ୍ଗ ଦୁର୍ଘଟଣାର ଛାତିଥରା ଦୃଶ୍ୟ: ଉଦ୍ଧାର କାର୍ଯ୍ୟ ଜାରି

Advertisement

ଓଡ଼ିଶା ଭାସ୍କର: ପଶ୍ଚିମବଙ୍ଗରେ ଏକ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା ଦେଖିବାକୁ ମିଳିଛି । ଟ୍ରାକରେ ଛିଡ଼ା ହୋଇଥିବା କାଞ୍ଚନଜଙ୍ଗା ଏକ୍ସପ୍ରେସ୍ ଟ୍ରେନକୁ ପଛପଟୁ ଦୃତ ଗତିରେ ଆସୁଥିବା ଏକ ମାଲବାହୀ ଟ୍ରେନ୍ ଧକ୍କା ଦେଇଥିଲା ।

5 Dead In Kanchanjunga Express-Goods Train Accident In Bengal's Darjeeling — In Pics

ଫଳରେ ଘଟଣାସ୍ଥଳରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୬୦ରୁ ଉର୍ଦ୍ଧ୍ୱ ଆହତ ହୋଇଥିବା ଜଣାପଡ଼ିଛି । ତେବେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Train Accident Live Updates: Kanchenjunga Expressed Rammed into Goods Train in Darjeeling, West Bengal - Newsx

ସକାଳ ପ୍ରାୟ ୯ଟା ୩୦ ପାଖାପାଖି ୧୩୧୭୪ କାଞ୍ଚନଜଙ୍ଗା ଏକ୍ସପ୍ରେସ ଟ୍ରେନଟି ନ୍ୟୁ ଜଲପାଇଗୁଡ଼ିରୁ ସିଆଲଦା ଅଭିମୁଖେ ଯାତ୍ରା କରୁଥିଲା । ସିଲିଗୁଡ଼ି ଷ୍ଟେସନ୍ ପାର କରିବା ପରେ ରଂଗପନୀର ଷ୍ଟେସନ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ଏକ୍ସପ୍ରେସ ଟ୍ରେନର ପଛରେ ଥିବା ୩ଟି ବଗି କ୍ଷତିଗ୍ରସ୍ତ ହୋଇଥିଲା ।

Train Accident in North Bengal Updates: President Kovind, VP Naidu Wish Speedy Recovery to Those Injured - News18

ଏହି ଘଟଣାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ‘ଏକ୍ସ’ରେ ଏକ ପୋଷ୍ଟ କରି ଦୁଃଖ ପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି, ‘ଏହି ଟ୍ରେନ୍ ଦୁର୍ଘଟଣା ବିଷୟରେ ଜାଣି ଦୁଃଖିତ । ଡିଏମ୍‌, ଏସପି, ଡାକ୍ତର, ଆମ୍ବୁଲାନ, ଏନଡିଆରଏଫ୍ ଏବଂ ବିପର୍ଯ୍ୟୟ ଓ ରେସ୍କ୍ୟୁ ଟିମକୁ ଘଟଣାସ୍ଥଳକୁ ପଠାଯାଇଛି । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।’

West Bengal Train Accident: Latest News, Photos, Videos on West Bengal Train Accident - NDTV.COM

କାଞ୍ଚନଜଙ୍ଗା ଏକ୍ସପ୍ରେସ ଦୁର୍ଘଟଣାରେ ୧୫ ଜଣ ପ୍ରାଣ ହରାଇଥିବା ବେଳେ ୬୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଏଥିରେ ୩ଟି ବଗି କ୍ଷତିଗ୍ରସ୍ତ ହୋଇଥିବା ଜାଣିବାକୁ ମିଳିଛି । ତେବେ ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି ।

ଦୁର୍ଘଟଣାରେ ଆହତଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଏନଡିଆରଏଫ, ଏସଡିଆରଏଫ ଓ ରେଲୱେ ସମନ୍ୱୟରେ ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଉଦ୍ଧାର କରାଯାଇଥିବା ଆହତମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.