fbpx

(Video)ନିଜକୁ VVIP ଭାବୁଛି ଗୋପାଳ ! କୋର୍ଟରେ ହାଜର ପରେ କଣ କହିଲା,ଦେଖନ୍ତୁ

Advertisement

ଭୁବନେଶ୍ୱର:ଜେଲ ଗଲା ଗୋପଳ । କୋର୍ଟରେ ଅଧଘଣ୍ଟା ପଚରା ଉଚୁରା ପରେ ଏବେ ଗୋପାଳକୁ ଜେଲକୁ ପଠାଯାଇଛି । ୧୬୪ ଧାରା ରେ ଗୋପାଳର ବୟାନ ରେର୍କଡ କରାଯାଇଛି । ତେବେ ଗୋପାଳକୁ ନେବା ଆଣିବା ବେଳେ ସୁରକ୍ଷା ଦୃଷ୍ଟିକୁ ଅଧିକ ପ୍ରାଧ୍ୟାନ୍ୟ ଦିଆଯାଇଛି । ଗୋପାଳ ଯେଉଁ ଗାଡିରେ ଯାଉଥିଲା ତାହାର ଆଗରେ ଆଉ ପଛରେ ପୋଲିସର ନାଲି ଗାଡି ଯାଉଥିଲା । ଯାହାକୁ ନେଇ ଗୋପାଳ ନିଜକୁ ଭିଭିଆଇପି ବୋଲି ଭାବୁଛି । ଏହା ସହିତ ସାରା ଓଡିଶାବାସୀଙ୍କ ନଜର ଏବେ ଗୋପାଳ ଉପରେ ଥିବାରୁ ନିଜ କୁ ନିଜ ଗର୍ବ କରୁଛି ଏହି ଅଭିଯୁକ୍ତ ।

ସୂଚନା ମୁତାବକ ଗୋପାଳର ନାର୍କୋ ଆଉ ପଲିଗ୍ରାଫ ଟେଷ୍ଟ ସରିଛି । ଆଉ ଯାହା ରିର୍ପୋଟ ଆସିଥିଲା ତାହାକୁ କୋର୍ଟରେ ପଇଠ କରାଯାଇଛି । ଏହା ସହିତ ଆଜି କୋର୍ଟରେ ଗୋପାଳର ବୟାନ ମଧ୍ୟ ରେର୍କଡ କରାଯାଇଛି । ତେବେ ଏହା ପରେ ମଧ୍ୟ କୌଣସି ସତ୍ୟାସତ ସାମ୍ନାକୁ ଆସି ନାହିଁ । କାହିଁକି ଗୋପଳ ଏପରି କରିଲା ତାହା ଉପରୁ ପରଦା ହଟାଇ ପାରୁ ନାହିଁ କ୍ରାଇମବ୍ରାଞ୍ଚ । ତେବେ ଏହି ଘଟଣାର ସମାଧାନ କେବେ ହେବ ତାହା ଉପରେ ଏବେ ସଭିଁଙ୍କ ନଜର ।

Get real time updates directly on you device, subscribe now.