fbpx

ଓଡ଼ିଶାର ୫ ହଜାର ଗାଁରେ ଖୋଲିବ ବିହନ ବ୍ୟାଙ୍କ: ବଦଳିଯିବ ଚାଷୀଙ୍କର ଭବିଷ୍ୟତ, ରାଜ୍ୟ ସରକାରଙ୍କ କୃଷି ଆକ୍ସନ ପ୍ଲାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ରାଜ୍ୟର ୫ ହଜାର ଗାଁରେ ଖୋଲିବାକୁ ଯାଉଛି ବିହନ ବ୍ୟାଙ୍କ । ଏଥିପାଇଁ ରାଜ୍ୟ ସରକାର ୧୦ ବର୍ଷରେ ଖର୍ଚ୍ଚ କରିବେ ୧୫୦ କୋଟି ଟଙ୍କା । ଏଣିକି ପାରମ୍ପରିକ ପଦ୍ଧତିକୁ ଛାଡ଼ି ଉନ୍ନତ କିସମର ବିହନ ବ୍ୟବହାର କରାଯିବ । ୨୦୩୦ ମସିହା ସୁଦ୍ଧା କୃଷି କ୍ଷେତ୍ରରେ ବ୍ୟାପକ ସଂସ୍କାର ଆଣିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ।

ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ କୃଷି ପଦ୍ଧତି ଓ ବ୍ୟବସ୍ଥାରେ ରାଜ୍ୟ ସରକାର ବଡ଼ଧରଣର ପରିବର୍ତ୍ତନ ଆଣିବେ । ନୂଆ ପଦ୍ଧତିର ପ୍ରୟୋଗ, ସଚେତନତତା ଓ ଭିତ୍ତିଭୂମି ଉପରେ ରାଜ୍ୟ ସରକାର ୧୦ ବର୍ଷରେ ପାଞ୍ଚ ହଜାର କୋଟିରୁ ଅଧିକ ଅର୍ଥ ଖର୍ଚ୍ଚ କରିବେ । ଜଳବାୟୁ ପରିବର୍ତ୍ତନ ଆକ୍ସନ ପ୍ଲାନ ଅନୁଯାୟୀ ଚାଷୀଙ୍କୁ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଓ ମୁକାବିଲା ନେଇ ଆବଶ୍ୟକ ପଦକ୍ଷେପ ବାବଦରେ ସଚେତନ କରାଯିବ । ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିପାରୁଥିବା ଉନ୍ନତ କିସମର ଫସଲ ଚାଷୀମାନେ ଚାଷ କରିବେ । ୨ ଲକ୍ଷ ହେକ୍ଟର ଚାଷ ଜମିରେ ଏଭଳି ଜଳବାୟୁ ସହନଶୀଳ ବିହନ ଚାଷ କରାଯିବ ।

ରାଜ୍ୟରେ କେବେ ମରୁଡ଼ି ତ ଆଉ କେବେ ବନ୍ୟା, ବାତ୍ୟା, ଅନାବୃଷ୍ଟି, ଅଦିନିଆ ବର୍ଷା ପରି ପ୍ରାକୃତିକ ଦୁର୍ବିପାକ ଦେଖିବାକୁ ମିଳୁଛି । ଏହା ଦ୍ୱାରା ଚାଷୀଙ୍କର ଫସଲ ନଷ୍ଟ ହେବା ସହ ସେମାନେ ଅସହ୍ୟ ଯନ୍ତ୍ରଣା ଭୋଗ କରୁଛନ୍ତି । ସେଥିପାଇଁ ରାଜ୍ୟ ସରକାର ଏ ଦିଗରେ ନୂଆ ପଦକ୍ଷେପ ନେବାକୁ ଯାଉଛନ୍ତି । ଜଳବାୟୁ ପରିବର୍ତ୍ତନ ପାଇଁ ରାଜ୍ୟ ସରକାର ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛନ୍ତି ।

Get real time updates directly on you device, subscribe now.