Big Breaking: ପାଣି ବୋତଲ ଫ୍ୟାକ୍ଟ୍ରିରେ ଦେଶୀ ମଦ ଜବତ

ପାଣି ବୋତଲ ପ୍ୟାକିଂ ଫ୍ୟାକ୍ଟ୍ରିରେ ପ୍ରସ୍ତୁତ ହେଉଥିଲା ଦେଶୀ ମଦ

ଭୁବନେଶ୍ୱର: ଦାରୁଠେଙ୍ଗ ଜଙ୍ଗଲରେ ଦେଶୀ ମଦ ଫ୍ୟାକ୍ଟ୍ରି ଠାବ ହୋଇଛି । ପ୍ରାୟ ୧୯ ଲକ୍ଷ ଟଙ୍କାର ଦେଶୀ ମଦ ଏଠାରେ ଜବତ ହେବା ସହ ୪ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି ।

ସୂଚନା ମୁତାବକ, ପାଣି ବୋତଲ ପ୍ୟାକିଂ ଫ୍ୟାକ୍ଟ୍ରିରେ ପ୍ରସ୍ତୁତ ହେଉଥିଲା ଦେଶୀ ମଦ । ପୋଲିସକୁ ଗୁପ୍ତ ସୂଚନା ମିଳିବା ପରେ ଯାଞ୍ଚ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହାପରେ ପୋଲିସ ସେଠାରେ ୪ଜଣଙ୍କୁ ଗିରଫ କରିବା ସହ ଫ୍ୟାକ୍ଟ୍ରିକୁ ସିଲ୍ କରିଛି ।