fbpx

୬୮ ବର୍ଷ ବୟସରେ ତୃତୀୟ ବିବାହ କଲେ ବରିଷ୍ଠ ଓକିଲ ହରିଶ ସାଲଭେ: ଯୋଗଦେଲେ ଅନେକ ପ୍ରତିଷ୍ଠିତ ବ୍ୟକ୍ତି

Advertisement

ନୂଆଦିଲ୍ଲୀ: ବରିଷ୍ଠ ଓକିଲ ତଥା ଭାରତର ପୂର୍ବତନ ସଲିସିଟର ଜେନେରାଲ୍ ହରିଶ ସାଲଭେ ୬୮ ବର୍ଷ ବୟସରେ ତୃତୀୟ ଥର ପାଇଁ ବିବାହ କରିଛନ୍ତି। ସୋସିଆଲ ମିଡିଆରେ ତାଙ୍କ ବିବାହର ଫଟୋ ସାମ୍ନାକୁ ଆସିଛି। ହରିଶ ସାଲଭେ ପ୍ରଥମେ ମୀନାକ୍ଷୀ (ତାଙ୍କର ପ୍ରଥମ ପତ୍ନୀ) ଏବଂ ପରେ ୨୦୨୦ ରେ କାରୋଲିନ୍ ବ୍ରୋସର୍ଡଙ୍କୁ ବିବାହ କରିଥିଲେ। ସାଲଭେ ଏବଂ ମୀନାକ୍ଷୀ ଜୁନ୍ ୨୦୨୦ ରେ ଛାଡପତ୍ର ହୋଇଥିଲେ। ହରିଶ ସାଲଭେ ବର୍ତ୍ତମାନ ସୁପ୍ରିମକୋର୍ଟରେ ଓକିଲାତି କରୁଛନ୍ତି।

हरीश साल्वे ने 68 की उम्र में की तीसरी शादी: पहला केस लड़ा था दिलीप कुमार के लिए, 1 रुपये फीस भी ली, अंबानी, टाटा भी रहे क्‍लाइंट

ନିକଟରେ ‘ଏକ ଦେଶ, ଏକ ନିର୍ବାଚନ’ ବିଷୟରେ ଅନୁଧ୍ୟାନ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ୮ ସଦସ୍ୟ ବିଶିଷ୍ଟ କମିଟିର ସଦସ୍ୟ ଭାବରେ ହରିଶ ସାଲଭେଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି। ଦେଶର ଅନ୍ୟତମ ପ୍ରସିଦ୍ଧ ଓକିଲ ହରିଶ ସାଲଭେ ଅନେକ ହାଇ ପ୍ରୋଫାଇଲ୍ ମାମଲାରେ ଅନେକ ବଡ଼ ବ୍ୟକ୍ତିତ୍ୱଙ୍କ ସହ ଲଢ଼ିଛନ୍ତି।

हरीश साल्वे ने 68 की उम्र में की तीसरी शादी: पहला केस लड़ा था दिलीप कुमार के लिए, 1 रुपये फीस भी ली, अंबानी, टाटा भी रहे क्‍लाइंट

୬୮ ବର୍ଷିୟ ହରିଶ ସାଲଭେ ଲଣ୍ଡନରେ ଏକ ବିଶାଳ ସମାରୋହରେ ତ୍ରିନାଙ୍କୁ ବିବାହ କରିଥିଲେ। ଏହି କାର‌୍ୟ୍ୟକ୍ରମରେ ନୀତା ଅମ୍ବାନୀ, ଲଲିତ ମୋଦୀ ଏବଂ ଅନ୍ୟମାନେ ଯୋଗ ଦେଇଥିଲେ।

हरीश साल्वे ने 68 की उम्र में की तीसरी शादी: पहला केस लड़ा था दिलीप कुमार के लिए, 1 रुपये फीस भी ली, अंबानी, टाटा भी रहे क्‍लाइंट

୧୯୯୯ ରୁ ୨୦୦୨ ପର‌୍ୟ୍ୟନ୍ତ ହରିଶ ସାଲଭେ ଭାରତର ସଲିସିଟର ଜେନେରାଲ ଭାବରେ କାର‌୍ୟ୍ୟ କରିଥିଲେ। ସେ ଅନ୍ତର୍ଜାତୀୟ କୋର୍ଟ (ଆଇସିଜେ) ରେ କୁଲଭୂଷଣ ଯାଦବ ମାମଲାରେ ମଧ୍ୟ ଲଢ଼ିଥିଲେ। ଏଥିପାଇଁ ସେ କେବଳ ଏକ ଟଙ୍କା ପାରିଶ୍ରମିକ ନେଇଥିଲେ। ଜାନୁଆରୀ ୨୦୨୦ ରେ, ସେ ଇଂଲଣ୍ଡ ଏବଂ ୱେଲ୍ସ କୋର୍ଟରେ ରାଣୀଙ୍କ ପରାମର୍ଶଦାତା ଭାବରେ ନିଯୁକ୍ତ ହୋଇଥିଲେ।

हरीश साल्वे ने 68 की उम्र में की तीसरी शादी: पहला केस लड़ा था दिलीप कुमार के लिए, 1 रुपये फीस भी ली, अंबानी, टाटा भी रहे क्‍लाइंट

Get real time updates directly on you device, subscribe now.