କଂଗ୍ରେସର ହାତ ଧରିବେ ବରିଷ୍ଠ ବିଜେଡ଼ି ନେତା ଭୂପିନ୍ଦର ସିଂ! ବିସ୍ଫୋରକ ବୟାନରେ ରାଜ୍ୟ ରାଜନୀତି ସରଗରମ, କାହିଁକି ଛାଡୁଛନ୍ତି ଶଙ୍ଖ…

ଭୂପିନ୍ଦର କହିଛନ୍ତି ଯେ ତାଙ୍କ ପାଇଁ ଲୋକେ ହିଁ ଶ୍ରେଷ୍ଠ ଦଳ ।

ଓଡ଼ିଶା ଭାସ୍କର:  ବିଜେଡ଼ି ଛାଡି଼ କଂଗ୍ରେସର ହାତ ଧରିବେ କି ଭୂପିନ୍ଦର ସିଂ ! ବିଜେଡ଼ିର ବରିଷ୍ଠ ନେତା ଭୂପିନ୍ଦର ସିଂ ଦେଇଛନ୍ତି ବଡ଼ ବୟାନ । ଯାହା ରାଜ୍ୟ ରାଜନୀତିକୁ ଏବେ ସରଗରମ କରିଛି  । ତାଙ୍କର ବୟାନ ଏବେ ସେ ଶଙ୍ଖ ଛାଡ଼ି ହାତ ଆଡ଼କୁ ଇଙ୍ଗିତ କରୁଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

ଭୂପିନ୍ଦର କହିଛନ୍ତି ଯେ ତାଙ୍କ ପାଇଁ ଲୋକେ ହିଁ ଶ୍ରେଷ୍ଠ ଦଳ । କଂଗ୍ରେସ ଦେଶ ତଥା ରାଜ୍ୟରେ ଭଲ ପ୍ରଦର୍ଶନ କରି ସମସ୍ତଙ୍କର ପ୍ରିୟଭାଜନ ହୋଇଛି । ତାହାସହ ବିଜେଡିର ଷ୍ଟାଣ୍ଡ ସଂସଦରେ କ୍ଲିୟର ନାହିଁ ବୋଲି ସେ ସିଧାସଳଖ କହିଛନ୍ତି । ଲୋକେ ବିରେଧୀ ଦଳଠୁ ଯାହା  ଆଶା କରୁଛନ୍ତି ତାହା ପାଉ ନାହାନ୍ତି । ଏହାବାଦ ବିଜେଡ଼ି ଓ ବିଜେପି ମଧ୍ଯରେ କିଛି ପ୍ରଭେଦ ନାହିଁ ବୋଲି ମଧ୍ଯ ଜଣାଇଛନ୍ତି ଭୂପିନ୍ଦର । ଫଳରେ ଲୋକେ କଂଗ୍ରେସକୁ  ଅଧିକ ଭଲ ପାଉଛନ୍ତି ଓ ଦେଶ ତଥା ରାଜ୍ୟରେ ତାହାର ସ୍ଥିତି ଓ ପ୍ରଭାବ ବଢ଼ିବାରେ ଲାଗିଛି ।

ମୋ ପାଇଁ ଲୋକ ହିଁ ଶ୍ରେଷ୍ଠ ଦଳ ନୁହେଁ । ମୋର ଭବିଷ୍ୟତ କ’ଣ ହେବ ତାହା ଲୋକେ ନିଷ୍ପତ୍ତି ନେବେ । ଲୋକେ ମୋତେ କହୁଛନ୍ତି ଆପଣ ଆମ ନେତା । ଆପଣ ଯେଉଁ ଚିହ୍ନରେ ଛିଡ଼ା ହେବେ ଆମେ ଆପଣଙ୍କ ସହ ରହିବୁ ବୋଲି ବରିଷ୍ଠ ବିଜେଡି ନେତା ଭୁପିନ୍ଦର ସିଂ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି। ଏପରି ମନ୍ତବ୍ୟ ଦେଇ ସେ ତେରଛା ବାଣ ମାରିଥିବା ରାଜ୍ୟ ରାଜ‌ନୈତିକ ମହଲରେ ଚର୍ଚ୍ଚା ହେବା ଆରମ୍ଭ କରିଛି।

ପଢ଼ନ୍ତୁ ଅଧିକ ଖବର…ଟିମ୍ ଇଣ୍ଡିଆ ପାଇଁ କାଳରୂପୀ ଭୈରବ ସାଜିବେ ଭାରତର ଏ ବ୍ୟକ୍ତି, ‘ଯିଏ ଦିନେ ବିଶ୍ୱକପ ଜିତାଇଥିଲେ ସେ ଏବେ ଭାରତକୁ ହରାଇବେ ଏସିଆକପ’…

ବିରୋଧୀ ଦଳ ଭାବେ ବିଜେଡି ଠିକ ଭାବେ ପ୍ରସଙ୍ଗ ଉପସ୍ଥାପନ କରୁ ନଥିବାରୁ ତାର ଫାଇଦା କଂଗ୍ରେସ ନେଉଛି। ଲୋକେ ବିଜେଡି ଠୁ ଦୁରେଇ ନାହାନ୍ତି କିନ୍ତୁ ଲୋକେ ବିରୋଧୀ ଦଳ ଠୁ ଯାହା ଆଶା କରୁଛନ୍ତି ତାହା ବିଜେଡି ଠୁ ପାଉ ନାହାନ୍ତି ।

୨୦୨୪ ନିର୍ବାଚନ ପରଠୁ ଆଜି ପର୍ଯ୍ୟନ୍ତ ବି ସଂସଦରେ ଆମ ଷ୍ଟାଣ୍ଡ କ୍ଲିଅର ହୋଇପାରିନି। ଏହାକୁ ଦଳର ନେତା ଗମ୍ଭୀରତାର ସହ ନେବା ଦରକାର। ଏହା ଭାବିବା ଉଚିତ୍ ନୁହେଁ ଯେ ଭୁପିନ୍ଦର କାହିଁକି କହିଲା । ମୁଁ ଲୋକଙ୍କ ମତ କଥା କହୁଛି । ଆମେ ଯଦି ଲୋକଙ୍କ କଥାକୁ ଖାମ ଖିଆଲ ଭାବେ ନେବା ତାହାଲେ ଦଳ ପାଇଁ କ୍ଷତି ହେବ।  ଆମ ଷ୍ଟାଣ୍ଡ କ୍ଲିଅର ହେବା ଦରକାର ବୋଲି ଭୁପିନ୍ଦର ସିଂ କହିଛନ୍ତି।

ପଢ଼ନ୍ତୁ ଅଧିକ ଖବର…ବିରଳ ଚନ୍ଦ୍ରଗ୍ରହଣରେ ଏ ରାଶି ପାଇଁ କାଳ ରକ୍ତ ଚନ୍ଦ୍ର, ଲାଲ୍ ଜହ୍ନ ଘୋଟି ଆଣିବ କଳା ବାଦଲ, ଛଟପଟ ହେବେ ଏ ରାଶିର ଲୋକେ….

ସେ ଯେଉଁ ଚିହ୍ନରେ ବି ନିର୍ବାଚନରେ ଠିଆ ହେଲେ ଲୋକେ ଭୋଟ ଦେବେ ବୋଲି କହିଛନ୍ତି ଏହି ବିଜେଡ଼ି ନେତା । ଲୋକେ ହିଁ ତାଙ୍କର ଭବିଷ୍ୟତ ନିର୍ଦ୍ଧାରଣ କରିବେ ବୋଲି ମଧ୍ଯ ଭୂପିନ୍ଦର ସିଧାସଳଖ କହି ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି କରିଛନ୍ତି ।

ପ୍ରକାଶଥାଉ ଯେ ଭୂପିନ୍ଦର ସିଂହ ଜଣେ ଭାରତୀୟ ରାଜନେତା ଭାବରେ ବେଶ୍ ପରିଚୟ ଲାଭ କରିଛନ୍ତି। ସେ ୨୦୧୪ ମସିହାରେ ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।  ନର୍ଲା ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ଓଡ଼ିଶା ବିଧାନସଭାର ପୂର୍ବତନ ବିରୋଧୀ ଦଳ ନେତା ଭାବରେ ମଧ୍ଯ ତାଙ୍କର ଦବଦବା ରହିଛି। ସେ ବିଜୁ ଜନତା ଦଳ (ବିଜେଡି) ରାଜନୈତିକ ଦଳର ସଦସ୍ୟ। ସେ ମାର୍ଚ୍ଚ ୨୦୧୪ରେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ।

ଭୂପିନ୍ଦର ସିଂହ ୨୦୧୯ ମସିହାରେ ନର୍ଲା (ଓଡିଶା ବିଧାନସଭା ନିର୍ବାଚନମଣ୍ଡଳୀ)ରୁ ଓଡ଼ିଶା ରାଜ୍ୟ ନିର୍ବାଚନରେ ​​ପୁନର୍ବାର ବିଧାନସଭାର ସଦସ୍ୟ ଭାବରେ ନିର୍ବାଚିତ ହୋଇଥିଲେ। ସେ ୫୩୨୬୪ ଭୋଟ ପାଇଥିଲେ ଯାହା ମୋଟ ଭୋଟର ୩୧.୧୨% ଯେତେବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଅନିରୁଦ୍ଧ ପଧାନ ୪୪୨୪୪ ଭୋଟ ପାଇଥିଲେ ଯାହା ମୋଟ ଭୋଟର ୨୫.୮୫%।

ସେ ୧୯୭୦ ମସିହା ୧୪ ଏବଂ ୧୭ ଜାନୁଆରୀରେ ଭାରତର ଜାତୀୟ କ୍ରୀଡା ୪୦୦ ଏବଂ ୮୦୦ ମିଟରରେ ନିଜ ରାଜ୍ୟ ଓଡ଼ିଶା ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବା ପ୍ରଥମ ଯୁବ ଥିଲେ। ତାଙ୍କର ସଫଳତାକୁ ଆହୁରି ଯୋଡି ସେ ଜାତୀୟ ସଂହତି ପାଇଁ ଇନ୍ଦିରା ଗାନ୍ଧୀ ପ୍ରିୟଦର୍ଶନୀ ପୁରସ୍କାର ପାଇଛନ୍ତି।