ଭୁବନେଶ୍ବର: ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେ’ଙ୍କ ପରଲୋକ । 67 ବର୍ଷ ବୟସରେ କଟକର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ହସ୍ପିଟାଲରେ ଡାକ୍ତର ସ୍ପଷ୍ଟ କରିଛନ୍ତି । ତାଙ୍କ ଦେହାନ୍ତରେ ଶୋକର ଛାୟା ଖେଳିଯାଇଛି ।
ସୂଚନା ଅନୁସାରେ, ସେ ଦୀର୍ଘଦିନ ଧରି ଅସୁସ୍ଥ ରହି ଚିକିତ୍ସାଧୀନ ରହିଥିଲେ । ପ୍ରଥମେ କିଡନୀ ସମସ୍ୟା ପାଇଁ ସମୀର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏହାପରେ ତାଙ୍କର ଫୁସଫୁସରେ ମଧ୍ୟ ସଂକ୍ରମଣ ହୋଇଥିଲା । ଡାକ୍ତରଙ୍କ କହିବା ଅନୁସାରେ, ସେ ରକ୍ତଚାପ ଏବଂ ମଧୁମେହରେ ମଧ୍ୟ ପୀଡିତ ରହିଥିଲେ । ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବା କାରଣରୁ ତାଙ୍କୁ ଭେଣ୍ଟିଲେଟରେ ରଖାଯାଇଥିଲା । ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଟକ ହସ୍ପିଟାଲରେ ଆସି ତାଙ୍କୁ ସାକ୍ଷାତ କରିବା ସହିତ ଆଶୁ ଆରୋଗ୍ୟ କାମନା କରିଥିଲେ । କଟକ ରାଜନୀତିରେ ସେ ସତ୍ବପ୍ରବୃତ୍ତ ଭାବେ ଯୋଡି ହୋଇ ରହିଥିଲେ । କଟକର ସେ ବଡ ଦାୟିତ୍ବ ନେଇଥିଲେ । ତେବେ ତାଙ୍କ ଦେହାନ୍ତ ଭାରତୀୟ ଜନତା ପାର୍ଟି ପାଇଁ ଏକ ବଡ କ୍ଷତି ବୋଲି କୁହାଯାଇପାରେ । ଉପମୁଖ୍ୟମନ୍ତ୍ରୀ ମଧ୍ୟ ଟ୍ବିଟ କରି ଶୋକବ୍ୟକ୍ତ କରିଛନ୍ତି ।
ସମୀର ଦେ, ଆମେ ପ୍ରିୟ ଦାଦା ଇହ ଧାମରେ ନାହାନ୍ତି ଶୁଣି ବିଶ୍ୱାସ ହଉନି।
ରାମ ଜନ୍ମଭୂମି ଆନ୍ଦୋଳନ ସମୟରୁ କଟକ ସହର ଏବଂ ଆଖପାଖ ଅଞ୍ଚଳରେ ବ୍ୟକ୍ତିଗତ ଭାବରେ ପହଞ୍ଚାଇ ଆମ ଦଳ ପାଇଁ ଏକ ମଡେଲ ଭାବରେ ପ୍ରସ୍ତୁତ କରିଥିଲେ। 1995 ମସିହାରେ ବିଧାନସଭାରେ ପ୍ରବେଶ କରି ଓଡ଼ିଆଙ୍କ ଜନ ଆକାଂକ୍ଷାକୁ ବଡ଼ ରୂପ ଦେଇ ଦଳ ବିକାଶର ଭିତ୍ତି ପ୍ରସ୍ତର… pic.twitter.com/RSNV7lUA2E
— Pravati Parida (@PravatiPOdisha) November 18, 2024