fbpx

ବରିଷ୍ଠ ନାଗରିକ ମାନଙ୍କୁ ଘରୁ ଆଣି ଟିକା ଦିଆଯିବ

ଭୁବନେଶ୍ୱର, ୧୫/୦୫(ଓଡିଶା ଭାସ୍କର) : ବରିଷ୍ଠ ନାଗରିକଙ୍କ ଟିକାକରଣ ପାଇଁ ନୁତନ ବ୍ୟବସ୍ଥା କରାଯାଇଛି । ୧୯୨୯ ନମ୍ବରକୁ କଲ୍ କଲେ ବିଏମସି ତରଫରୁ ଉକ୍ତ ବରିଷ୍ଠ ନାଗରିକଙ୍କ ଘରକୁ ଯାଇ ସେମାନଙ୍କୁ ଟିକାକରଣ କେନ୍ଦ୍ରକୁ ଆଣିବା ପାଇଁ ବ୍ୟବସ୍ଥା କରାଯିବ । ଖାଲି ସେତିକି ନୁହେଁ ଟିକା ନେବା ପରେ ପୁଣି ଥରେ ତାଙ୍କୁ ନେଇ ଘରେ ଛାଡି ଦିଆଯିବ । ଏଥିସହିତ ସେମାନଙ୍କ ପାଖକୁ ଯାଇ ସାମ୍ପଲ ମଧ୍ୟ ସଂଗ୍ରହ କରାଯିବ । ଏହି ନୁଆ ବ୍ୟବସ୍ଥା ସମ୍ପର୍କରେ ସୁଚନା ଦେଇଛନ୍ତି କମିଶନର ସଂଜୟ ସିଂ ।

Get real time updates directly on you device, subscribe now.