fbpx

ବରିଷ୍ଠ ନେତା ମୁଖ୍ୟମନ୍ତ୍ରୀ ଚନ୍ଦ୍ରୁ କଂଗ୍ରେସରୁ ଇସ୍ତଫା ଦେଲେ

Advertisement

ନୂଆଦିଲ୍ଲୀ: ପୁଣି ହାତ ଛାଡ଼ିଛନ୍ତି କଂଗ୍ରେସର ଜଣେ ବରିଷ୍ଠ ନେତା । ବରିଷ୍ଠ କଂଗ୍ରେସ ନେତା ଏଚଏନ ଚନ୍ଦ୍ରଶେଖର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ସେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରୁ ଭାବେ ଜଣାଶୁଣା ଥିଲେ । ତେବେ ବ୍ୟକ୍ତିଗତ କାରଣ ପାଇଁ ସେ ଦଳରୁ ଇସ୍ତଫା ଦେଇଥିବା ଚନ୍ଦ୍ରୁ ଉଲ୍ଲେଖ କରିଛନ୍ତି । ରାଜ୍ୟ କଂଗ୍ରେସ ସଭାପତି ଡିକେ ଶିବକୁମାରଙ୍କ ନିକଟକୁ ଚନ୍ଦ୍ରୁ ନିଜର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି ।

ଏନେଇ ଚନ୍ଦ୍ରୁ କହିଛନ୍ତି ଯେ, ମୁଁ ମୋର ଡ୍ୟୁଟି ଠିକ୍ ଭାବେ ସମ୍ପାଦନ କରିଛି । ମୁଁ ଦଳର ପ୍ରାଥମିକ ପଦରୁ ଇସ୍ତଫା ପ୍ରଦାନ କରୁଛି । ମୋତେ ସହଯୋଗ କରିଥିବା ଦଳର ସମସ୍ତ କର୍ମକର୍ତ୍ତାଙ୍କୁ ମୁଁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରୁଛି । ତେବେ ଏକ ସୂତ୍ରରୁ ଜଣାପଡ଼ିଛି ଯେ, ଚନ୍ଦ୍ରୁ ରାଜ୍ୟସଭା ଟିକେଟ୍ ପାଇବା ନେଇ ଆଶାୟୀ ଥିଲେ । ମାତ୍ର ତାହା ପୂରଣ ନହେବାରୁ ସେ ଏପରି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ଚନ୍ଦ୍ରୁ ଅନେକ ନାଟକ, ସିନେମା, ଟେଲି ସିରିୟଲରେ ଅଭିନୟ କରିବା ପରେ ‘ମୁଖ୍ୟମନ୍ତ୍ରୀ’ ଭାବେ ପ୍ରସିଦ୍ଧି ଲାଭ କରିଥିଲେ । ସେ ଅନେକ ନାକଟରେ ମୁଖ୍ୟମନ୍ତ୍ରୀ ଭୂମିକାରେ ନଜର ଆସିଥିଲେ । ସେ ୧୯୮୫ ମସିହାରେ ରାଜନୀତିରେ ଏଣ୍ଟ୍ରି କରି ଜନତା ପାର୍ଟି ଟିକେଟରେ ଗୌରୀବିଦାନୁର ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ରେ ସେ ବିଜେପିରେ ଜଏନ କରି ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ ବିଧାନ ପରିଷଦର ସଭ୍ୟ ରହିଥିଲେ । ସେ ୨୦୧୪ରେ କଂଗ୍ରେସରେ ଯୋଗ ଦେଇଥିଲେ ।

Get real time updates directly on you device, subscribe now.