ପୂର୍ବତନ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଡିଏମଇଟି ଡା.ଗୋପାଳ କରଙ୍କ ପରଲୋକ
ଅଶୀ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ । ହୃଦଘାତରେ ବୁଜିଲେ ଆଖି ।
ଭୁବନେଶ୍ୱର: ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଡିଏମଇଟି ଡା. ଗୋପାଳ କରଙ୍କ ପରଲୋକ ଘଟିଛି । ରବିବାର ସକାଳ ୧୦ଟାବେଳେ ଗୋପାଳ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁବେଳକୁ ସେ କଟକସ୍ଥିତ ତେଲଙ୍ଗାବଜାରସ୍ଥିତ ବାସଭବନରେ ଥିଲେ ।
ମୃତ୍ୟୁବେଳକୁ ତାଙ୍କ ୮୦ ବର୍ଷ ବୟସ ହୋଇଥିଲା । ଡାକ୍ତର ଗୋପାଳ କର ଏସସିବି ମେଡିକାଲ କଲେଜର ମାନସିକ ରୋଗ ବିଭାଗ ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ । ଏହାପରେ ଡାକ୍ତର ଗୋପାଳ ଏସସିବିରେ ମାନସିକ ବିଭାଗ ଅଧ୍ୟକ୍ଷ ଦାୟିତ୍ୱରେ ମଧ୍ୟ କାର୍ଯ୍ୟ କରୁଥିଲେ । ଏଥିସହ ଡାକ୍ତର ଗୋପାଳ ଡିଏମଇଟି ପଦର ଦାୟିତ୍ୱରେ ଥିଲେ ।
ଡାକ୍ତର ଗୋପାଳଙ୍କ ସ୍ତ୍ରୀ ଗାୟତ୍ରୀ ଦେବୀ ଜଣେ ସାହିତ୍ୟିକା । ଉଭୟଙ୍କର ୩ ପୁଅ ଅଛନ୍ତି । ଡାକ୍ତର ଗୋପାଳଙ୍କର ଅନ୍ତିମ ସଂସ୍କାର ପୁରୀ ସ୍ୱର୍ଗ ଦ୍ୱାରରେ କରାଯାଇଛି ।