fbpx

‘ଜମ୍ମୁ କଶ୍ମୀରବାସୀ ଯାହା ଚାହିଁବେ ମୁଁ ତାହା କରିବି’- ଏପରି ମନ୍ତବ୍ୟ ପରେ ଆଜାଦଙ୍କୁ ଆଜାଦ କରିଦେଲା କଂଗ୍ରେସ

Advertisement

ନୂଆଦିଲ୍ଲୀ: ଜମ୍ମୀ କଶ୍ମୀର କଂଗ୍ରେସରେ ବିବାଦ ଥମିବାର ନାଁ ଧରୁନାହିଁ । ଗୋଟିଏ ପଟେ ଦଳର କିଛି ନେତା ପ୍ରଦେଶ ନେତୃତ୍ୱକୁ ବିରୋଧ କରି ନିଜ ନିଜ ପଦରୁ ଇସ୍ତଫା ଦେଇସାରିଛନ୍ତି । ଅନ୍ୟପଟେ ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଜମ୍ମୁ କଶ୍ମୀରରେ ବିଶାଳ ରାଲି କରିବା ସହ ରାଜ୍ୟବାସୀ ଯାହା ଚାହିଁବେ ସେ ତାହା କରିବେ ବୋଲି ମନ୍ତବ୍ୟ ଦେଇଥିଲେ । ଗୁଲାବଙ୍କ ଏହି ଶକ୍ତି ପ୍ରଦର୍ଶନ ପରେ କଂଗ୍ରେସ ତାଙ୍କୁ ଡିସିପ୍ଲିନାରୀ ଆକ୍ସନ କମିଟିରୁ ବାହାର କରିଦେଇଥିବା ଜଣାପଡ଼ିଛି ।

ନିକଟରେ ଜମ୍ମୁ କଶ୍ମୀରର ୪ ଜଣ ପୂର୍ବତନ ମନ୍ତ୍ରୀ ଓ ୩ ଜଣ ପୂର୍ବତନ ବିଧାୟକ ନିଜ ନିଜ ପଦରୁ ଇସ୍ତଫା ଦେଇଥିଲେ । ତେବେ ସେମାନେ ସମସ୍ତେ ଆଜାଦଙ୍କ ବିଶ୍ୱସ୍ତ ଥିବା କୁହାଯାଉଛି । ଏହି ନେତାମାନେ ହାଇକମାଣ୍ଡଙ୍କ ଆଦେଶକୁ ଅବହେଳା କରିଥିବା ଅଭିଯୋଗ ହୋଇଥିଲା । ଆଜାଦ ରାଲି ଅବସରରେ କହିଥିଲେ ଯେ, ଏହା ଶକ୍ତି ପ୍ରଦର୍ଶନ ନୁହେଁ । ଜମ୍ମୁ କଶ୍ମୀରର ଲୋକମାନଙ୍କର ହିତ ପାଇଁ ସେ ସବୁକିଛି କରିପାରିବେ । ଉକ୍ତ ନେତାମାନଙ୍କ ଇସ୍ତଫା ହେଉଛି ସେମାନଙ୍କର ବ୍ୟକ୍ତିଗତ ବ୍ୟାପାର । ଏନେଇ ସେମାନଙ୍କ ସହିତ ସେ ଆଲୋଚନା କରିନାହାନ୍ତି । ଏଥିସହ ସେ କୌଣସି ଦ୍ୱିତୀୟ ଟିମ୍ ସହିତ ନଥିବା କହିଥିଲେ । ସେହିପରି ପ୍ରଦେଶ ଅଧ୍ୟକ୍ଷ ଗୁଲାମ ଅହମଦ ମୀର ନୁହନ୍ତି, ବରଂ ଆଜାଦ କଂଗ୍ରେସର ମୁଖ୍ୟମନ୍ତ୍ରୀ ଦାଦିବାର ପ୍ରାର୍ଥୀ ବୋଲି ଇସ୍ତଫା ଦେଇସାରିଥିବା ନେତାମାନେ କହିଥିଲେ । ତେବେ ଦଳ ଡିସିପ୍ଲିନାରୀ ଆକ୍ସନ କମିଟିକୁ ପୁନର୍ବାର ଗଠନ କରିଥିବା ବେଳେ ଆଜାଦ ଓ ସୁଶୀଲ ଶିନ୍ଦେଙ୍କୁ ଏଥିରୁ ବାହାର କରାଯାଇଛି । ବର୍ତ୍ତମାନ ଏକେ ଆଣ୍ଟୋନୀ ଏହି କମିଟିର ଅଧ୍ୟକ୍ଷ ରହିବେ । ଅନ୍ୟ ସଦସ୍ୟଙ୍କ ମଧ୍ୟରେ ଅମ୍ବିକା ସୋନୀ, ତାରିିକ ଅନୱର, ଜେପି ଅଗ୍ରୱାଲଙ୍କୁ କମିଟିରେ ସାମିଲ୍ କରାଯାଇଛି ।

Get real time updates directly on you device, subscribe now.