fbpx

ଲଗାତାର ଚତୁର୍ଥ ଦିନ ହ୍ରାସହେବା ପରେ ବନ୍ଦ ହେଲା ଷ୍ଟକ୍ ବଜାର; ଆକ୍ସିସ୍ ବ୍ୟାଙ୍କ ରେଜେଲ୍ଟ୍ ପାଇଁ ନିଫ୍ଟି ବ୍ୟାଙ୍କ ବି ହ୍ରାସ

ମୁମ୍ୱାଇ: ବଜେଟ୍ ଉପସ୍ଥାପିତ ହେବା ପରଠାରୁ ଭାରତୀୟ ଷ୍ଟକ ବଜାରରେ ହ୍ରାସ ଜାରି ରହିଥିବା ଗୁରୁବାର କାରବାର ଅଧିବେଶନରେ ମଧ୍ୟ ଦେଖିବାକୁ ମିଳିଛି। ତେବେ ଆଜିର ଅଧିବେଶନରେ ନିମ୍ନ ସ୍ତରରୁ ବଜାରରେ ସୁଧାର ଦେଖିବାକୁ ମିଳିଛି। ବ୍ୟାଙ୍କିଙ୍ଗ୍ ଓ କଞ୍ଜ୍ୟୁମର ଡ୍ୟୁରେବଲ୍ସ ସେୟାରରେ ବିକ୍ରି ଯୋଗୁଁ ବଜାରରେ ଏହି ହ୍ରାସ ଦେଖିବାକୁ ମିଳିଛି। ଆଜିର ଅଧିବେଶନରେ ମିଡ୍ କ୍ୟାପ୍ ଏବଂ ସ୍ମଲକ୍ୟାପ୍ ଷ୍ଟକ୍ରୁ ଚମକ ହଜିଯାଇଥିଲା। ଆଜିର କାରବାର ଶେଷ ରେ ବିଏସଇ ସେନ୍ସେକ୍ସ ୧୦୯ ପଏଣ୍ଟ ହ୍ରାସ ପାଇ ୮୦୦୩୯ ପଏଣ୍ଟରେ ବନ୍ଦ ହୋଇଛି ।

ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ୭ ପଏଣ୍ଟ ବୃଦ୍ଧି ସହ ୨୪,୪୦୬ ପଏଣ୍ଟରେ ବନ୍ଦ ହୋଇଛି। ଚଳିତ ସପ୍ତାହର ୪ଟି ଯାକ ଟ୍ରେଡିଂ ସେସନରେ ବଜାର ବନ୍ଦ ହୋଇଯାଇଛି। ଆଜିର କାରବାର ଅଧିବେଶନରେ ଟାଟା ମୋଟର୍ସ ୬.୧୭ ପ୍ରତିଶତ, ଏଲଆଣ୍ଡଟି ୨.୯୪ ପ୍ରତିଶତ, ସନ ଫାର୍ମା ୨.୮୧ ପ୍ରତିଶତ, କୋଟାକ ମହିନ୍ଦ୍ରା ବ୍ୟାଙ୍କ ୧.୬୭ ପ୍ରତିଶତ, ଏଚଡିଏଫସି ବ୍ୟାଙ୍କ ୦.୭୨ ପ୍ରତିଶତ, ପାୱାର ଗ୍ରିଡ୍ ୦.୬୧ ପ୍ରତିଶତ, ବଜାଜ ଫାଇନାନ୍ସ ୦.୫୯ ପ୍ରତିଶତ, ଟିସିଏସ ୦.୩୯ ପ୍ରତିଶତ, ଏଚସିଏଲ ଟେକ୍ ୦.୨୩ ପ୍ରତିଶତ ବନ୍ଦ ହୋଇଛି।

ଅନ୍ୟପକ୍ଷରେ ଆକ୍ସିସ୍ ବ୍ୟାଙ୍କର ସେୟାର ୫.୧୯ ପ୍ରତିଶତ, ନେସ୍ଲେ ୨.୪୯ ପ୍ରତିଶତ, ଆଇସିଆଇସିଆଇ ୨.୦୨ ପ୍ରତିଶତ, ଟାଇଟାନ୍ ୧.୯୫ ପ୍ରତିଶତ, ଟାଟା ଷ୍ଟିଲ ୧.୭୮ ପ୍ରତିଶତ, ଇଣ୍ଡସଇଣ୍ଡ ବ୍ୟାଙ୍କ ୧.୨୧ ପ୍ରତିଶତ, ଆଇଟିସି ୦.୮୬ ପ୍ରତିଶତ ହ୍ରାସ ପାଇଛି। ସେୟାର ବଜାରରେ ହ୍ରାସ ସତ୍ତ୍ୱେ ଅଟୋ ସେୟାର କ୍ରୟ ଯୋଗୁଁ ବଜାର ମୂଲ୍ୟରେ ବୃଦ୍ଧି ଘଟିଛି । ବିଏସଇ ତାଲିକାଭୁକ୍ତ ଷ୍ଟକଗୁଡ଼ିକର ବଜାର ପୁଞ୍ଜି ୪୪୯.୯୨ ଲକ୍ଷ କୋଟି ଟଙ୍କାରେ ବନ୍ଦ ହୋଇଛି, ଯାହା ପୂର୍ବ ଅଧିବେଶନରେ ୪୪୯.୪୨ ଲକ୍ଷ କୋଟି ଟଙ୍କା ଥିଲା। ଅର୍ଥାତ୍ ଆଜିର ଅଧିବେଶନରେ ନିବେଶକଙ୍କ ସମ୍ପତ୍ତି ୫୦ ହଜାର କୋଟି ଟଙ୍କା ବୃଦ୍ଧି ପାଇଛି।

Get real time updates directly on you device, subscribe now.