fbpx

ତିନି ଦିନ ବ୍ୟାଙ୍କ ଛୁଟି: ଭୁବନେଶ୍ୱରରେ ସେପ୍ଟେମ୍ବର ୧୯ ଓ ୨୦ ବ୍ୟାଙ୍କ ବନ୍ଦ ରହିବ

ନୂଆଦିଲ୍ଲୀ: ଯଦି ଆପଣଙ୍କର ବ୍ୟାଙ୍କ ସହିତ ଜଡ଼ିତ କିଛି କାର୍ଯ୍ୟ ବାକି ରହିଛି ତେବେ ଏହା ଆପଣଙ୍କର ସମସ୍ୟା ବଢ଼ାଇପାରେ । କାରଣ ଆସନ୍ତାକାଲି ଅର୍ଥାତ ୧୮ ତାରିଖଠାରୁ ୨୦ ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିବ । ମାତ୍ର ପ୍ରତ୍ୟେକ ରାଜ୍ୟ ପାଇଁ ନୁହେଁ । ଦେଶର ଅଲଗା ଅଲଗା ରାଜ୍ୟ ପାଇଁ ଏହା କାର୍ଯ୍ୟକାରୀ ହେବ । ସେପ୍ଟେମ୍ବର ୧୭ ତାରିଖ ରବିବାର କାରଣରୁ ସାରା ଦେଶରେ ବନ୍ଦ ରହିଥିଲା ।

ଏହାପରେ ସେପ୍ଟେମ୍ବର ୧୯ ତାରିଖରେ ଗଣେଶ ଚତୁର୍ଥୀ କାରଣରୁ ବ୍ୟାଙ୍କ ଛୁଟି ରହିବ । ଦେଶର ବିଭିନ୍ନ ରାଜ୍ୟରେ ବ୍ୟାଙ୍କ ହଲି ଡେ’ ରହିବ । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ବ୍ୟାଙ୍କିଂ ଛୁଟି ଦିନ ଲିଷ୍ଟ ମୁତାବକ, ବିନାୟକ ଚତୁର୍ଥୀ ଅବସରରେ ୧୮ ତାରିଖରେ ବେଙ୍ଗାଲୁରୁ, ଚେନ୍ନାଇ, ହାଇଦ୍ରାବାଦ, ତେଲେଙ୍ଗାନାରେ ବ୍ୟାଙ୍କ ବନ୍ଦ ରହିବ ।

୧୯ ତାରିଖରେ ଅହମ୍ମଦାବାଦ, ବେଲାପୁର, ଭୁବନେଶ୍ୱର, ମୁମ୍ବାଇ, ନାଗପୁର, ପାଣାଜୀରେ ଗଣେଶ ଚତୁର୍ଥୀ ପାଇଁ ବ୍ୟାଙ୍କ ବନ୍ଦ ରହିବ । ୨୦ରେ ଗଣେଶ ଚତୁର୍ଥୀର ଦ୍ୱିତୀୟ ଦିବସ ନୂଆଖାଇ ଅବସରରେ ଭୁବନେଶ୍ୱର ଓ ପାଣାଜୀରେ ବ୍ୟାଙ୍କ ବନ୍ଦ ରହିବ । ଏପରି ଭାବେ ଭୁବେନଶ୍ୱର ଓ ପାଣାଜୀରେ ୧୯ ଓ ୨୦ରେ ବ୍ୟାଙ୍କ ଦୁଇଦିନ ପର୍ଯ୍ୟନ୍ତ ବନ୍ଦ ରହିବ । ସେହିପରି ୨୨ରେ ଶ୍ରୀ ନାରାୟଣ ଗୁରୁ ସମାଧି ଦିବସ ଅବସରରେ କୋଚି, ପାଣାଜୀ ତ୍ରିଭେନ୍ଦମରେ ବ୍ୟାଙ୍କ ବନ୍ଦ ରହିବ ।

Get real time updates directly on you device, subscribe now.