fbpx
BJD SKY
BJD SKY

ଆଜି ଆସିବ ସେପ୍ଟେମ୍ବର ମାସ ପାଇଁ ନୂଆ ଗାଇଡ୍‌ଲାଇନ୍‌: ପାର୍ବଣ ପାଇଁ ଲାଗିବ କି ସ୍ୱତନ୍ତ୍ର କଟକଣା ?

BJD

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ମଙ୍ଗଳବାର ଆସିବ ସେପ୍ଟେମ୍ବର ମାସ ପାଇଁ ରାଜ୍ୟ ସରକାରଙ୍କ କୋଭିଡ୍‌ ଗାଇଡ୍‌ଲାଇନ୍‌ । ଅଗଷ୍ଟ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଗାଇଡ୍‌ଲାଇନ୍‌ର ଅବଧି ବୁଧବାର ସକାଳ ୬ଟାରେ ସମାପ୍ତ ହେଉଛି । ତେଣୁ ଆଗାମୀ ମାସ ପାଇଁ ମଙ୍ଗଳବାର ହିଁ ରାଜ୍ୟ ସରକାର ଗାଇଡ୍‌ଲାଇନ୍‌ ଘୋଷଣା କରିବେ । ରାଜ୍ୟରେ ଦୈନିକ ସଂକ୍ରମଣ ହାର ଖସୁଥିବାରୁ କଟକଣା ଆହୁରି କୋହଳ ହେବା ନେଇ ଆଶା କରାଯାଉଛି । କଟକ, ଭୁବନେଶ୍ୱର, ପୁରୀ ସହରରେ ସପ୍ତାହାନ୍ତ ସଟଡାଉନ୍‌ ଉଠିବା ସହ କଟକଣା ଅଧିକ କୋହଳ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇପାରନ୍ତି । ଏହାସହ ଆଗକୁ ପାର୍ବଣ ଆସୁଥିବାରୁ ସ୍ୱତନ୍ତ୍ର ଗାଇଡ୍‌ଲାଇନ ଆସିବ ବୋଲି ଅନୁମାନ କରାଯାଉଛି ।

Get real time updates directly on you device, subscribe now.