fbpx

କରୋନା ଆତଙ୍କ ମଧ୍ୟରେ ଆସିଲା ଆଶ୍ୱସ୍ତିକର ଖବର: ଘାତକ ହେବନି ତୃତୀୟ ଲହର, ନୂଆ ଭାରିଏଣ୍ଟ ନଆସିଲେ ସ୍ୱାଭାବିକ ରହିବ ସ୍ଥିତି

କାନ୍‌ପୁର ଆଇଆଇଟିର ଆକଳନ

କାନ୍‌ପୁର : କରୋନାର ତୃତୀୟ ଲହରକୁ ନେଇ ଥିବା ଆତଙ୍କ ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । କାନ୍‌ପୁର ଆଇଆଇଟିର ଆକଳନ ଅନୁସାରେ ଦ୍ୱିତୀୟ ଲହର ଭଳି ଘାତକ ହୋଇନପାରେ କରୋନାର ତୃତୀୟ ଲହର । ନୂଆ ଭାରିଏଣ୍ଟ ନଆସିଲେ ସ୍ୱାଭାବିକ ରହିବ ସ୍ଥିତି ।

ଆକଳନ ଅନୁସାରେ ଅକ୍ଟୋବରରୁ ନଭେମ୍ବର ମଧ୍ୟରେ ଦେଶ କରୋନାର ତୃତୀୟ ଲହର ସାମ୍ନା କରିବ । କରୋନାର ନୂଆ ଭାରିଏଣ୍ଟ ଆସିଲେ ବି କରୋନାର ପିକ୍‌ ଦ୍ୱିତୀୟ ଲହର ତୁଳନାରେ ଯଥେଷ୍ଟ କମ୍‌ ଘାତକ ହେବ । ସଂକ୍ରମଣର ପୂର୍ବାନୁମାନ କରିବାକୁ ଗଠିତ ହୋଇଥିବା କମିଟିର ସଦସ୍ୟ ଅଛନ୍ତି ଆଇଆଇଟି କାନପୁର ବୈଜ୍ଞାନିକ ଅନିନ୍ଦର ଅଗ୍ରୱାଲ । ସେ ଏସମ୍ପର୍କରେ ଟ୍ୱିଟ୍‌ ମାଧ୍ୟମରେ ସୂଚନା ଦେଇଛନ୍ତି ।

ଆଇଆଇଟି କାନପୁରର ଆକଳନ ତୃତୀୟ ଲହରର ପିକ୍‌ ବେଳେ ଦେଶରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ରହିପାରେ । କିନ୍ତୁ ଦ୍ୱିତୀୟ ଲହର ବେଳେ ଶୀର୍ଷ ସଂକ୍ରମଣ ୪ ଲକ୍ଷ ଟପିଥିଲା । ଜୁଲାଇ ଏବଂ ଅଗଷ୍ଟରେ ହୋଇଥିବା ଟୀକାକରଣ ଏବଂ ସେରୋ ସର୍ଭେର ତଥ୍ୟ ଆଧାରରେ ଏହି ଆକଳନ କରାଯାଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.