fbpx

ଚନ୍ଦ୍ରବାବୁ ନାଇଡ଼ୁଙ୍କ ରୋଡ଼ ଶୋ’ରେ ପ୍ରବଳ ଭିଡ଼: ଦଳାଚକଟାରେ ଚାଲିଗଲା ୭ ଜଣଙ୍କ ଜୀବନ

ନୂଆଦିଲ୍ଲୀ: ଆନ୍ଦ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟି (ଟିଡିପି)ର ମୁଖ୍ୟ ଚନ୍ଦ୍ରବାବୁ ନାଇଡ଼ୁଙ୍କ ରୋଡ଼ ଶୋ’ରେ ଦେଖିବାକୁ ମିଳିଛି ଏକ ବଡ଼ ଅଘଟଣ । ପ୍ରବଳ ଭିଡ଼ କାରଣରୁ ଦଳାଚକଟାରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଏଥିସହିତ ଅନେକ ଲୋକ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଶ୍ରୀ ନାଇଡ଼ୁଙ୍କ ନେଲୋର ଜିଲ୍ଲା ଗସ୍ତ ବେଳେ ପ୍ରବଳ ଭିଡ଼ ଯୋଗୁଁ ରାସ୍ତା ଜାମ୍ ହୋଇଯାଇଥିଲା ।

ବର୍ତ୍ତମାନ ସମୟରେ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ୩ ଦିନିଆ ନେଲୋର ଜିଲ୍ଲା ଗସ୍ତରେ ଯାଇଛନ୍ତି । ଏହି ଅବସରରେ ସେ ଡିସେମ୍ବର ମାସ ୨୮ରୁ ୩୦ ତାରିଖ ମଧ୍ୟରେ କାନ୍ଦୁକୁର, କାଭାଲି ଓ କୋଭୁର ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ପ୍ରୋଗ୍ରାମରେ ଅଂଶଗ୍ରହଣ କରିବେ । ତେବେ ଆଜିର ଭୟଙ୍କର ଭିଡ଼ରେ ୭ ଜଣ ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ମୃତ୍ୟୁ ଘଟିବା ପରେ କାନ୍ଦୁକୁରର ମିଟିଂକୁ ବାତିଲ୍ କରିଦିଆଯାଇଥିଲା ।

ସୂଚନା ମୁତାବକ ରୋଡ଼ ଶୋ’ ସମୟରେ ପ୍ରବଳ ଜନ ସମାଗମ ହୋଇଥିଲା । ଏହି ସମୟରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଝଗଡ଼ା ସୃଷ୍ଟି ହୋଇଥିଲା । ଫଳରେ କିଛି କାର୍ଯ୍ୟକର୍ତ୍ତା ଏକ କେନାଲ ମଧ୍ୟକୁ ଖସି ପଡ଼ିଥିଲେ । ଏହି ଖବର ପାଇବା ପରେ ଚନ୍ଦ୍ରବାବୁ ତାଙ୍କର ଭାଷଣ ବନ୍ଦ କରିବା ସହିତ ପୀଡ଼ିତଙ୍କୁ ହସ୍ପିଟାଲ ନେବାକୁ ପରାମର୍ଶ ଦେଇଥିଲେ ।

Get real time updates directly on you device, subscribe now.