fbpx

ଚଳିତ ବର୍ଷ ୧୭ଟି ଫସଲ ହେବ ବୀମାଭୁକ୍ତ, ମୁଖ୍ୟ ଶାସନ ସଚିବଙ୍କ ବୈଠକରେ ନିଆଗଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର କୃଷକଙ୍କ ପାଇଁ ଏକ ଖୁସି ଖବର ଆସିଛି । ଚଳିତ ବର୍ଷ ୧୭ଟି ଫସଲ ବୀମାଭୁକ୍ତ ହେବ । ଉଭୟ ଖରିଫ ଓ ରବି ଋତୁ ପାଇଁ ୧୭ଟି ଫସଲକୁ ବୀମାଭୁକ୍ତ କରାଯିବ । ତେବେ ଖରିଫ ଋତୁ ପାଇଁ ୮ଟି ଓ ରବି ଋତୁ ପାଇଁ ୯ଟି ଫସଲକୁ ବୀମାଭୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ଏନେଇ ଆଜି ଶ୍ରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଶସ୍ୟ ବୀମା ସମନ୍ୱୟ ସମିତି ବୈଠକ ବସିଥିଲା । ଏହି ଅବସରରେ ମୁଖ୍ୟ ଶାସନ ସଚିବ ଶସ୍ୟ ବୀମା କାର୍ଯ୍ୟର ପ୍ଲାନ ଉପରେ ସମୀକ୍ଷା କରିଥିଲେ । ଦୁଇ ସପ୍ତାହ ମଧ୍ୟରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ସମସ୍ତ ସ୍ଥରୀକୃତ ଅର୍ଥ ପଠାଇବାକୁ ମୁଖ୍ୟ ଶାସନ ସଚିବ ବୀମା କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ପ୍ରସଙ୍ଗରେ କୌଣସି ବିଳମ୍ବ ହେଲେ ସରକାର ଏହାକୁ ଗୁରୁତ୍ୱର ସହ ବିଚାର କରିବେ ବୋଲି ଶ୍ରୀ ମହାପାତ୍ର କହିଥିଲେ ।

ଏଥିସହିତ ପ୍ର୍ରଯୁକ୍ତି ବିଦ୍ୟା ଦ୍ୱାରା ଫସଲର ଯୋଜନା ପ୍ରସ୍ତୁତ କରିବାକୁ କୃଷି ଓ କୃଷକ ସଶକ୍ତିକରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ଓଡ଼ିଶା ମହାକାଶ ପ୍ରୟୋଗ କେନ୍ଦ୍ରକୁ ସେ ନିର୍ଦ୍ଦେଶ ଦେଇଛନ୍ତି । କୃଷକଙ୍କ ଉନ୍ନତି ନିମନ୍ତେ ରାଜ୍ୟ ସରକାର ଅନେକ ସୁଫଳ ଯୋଜନା ଲାଗୁ କରିଛନ୍ତି । ଆଠଟି ଖରିଫ ଫସଲ ମଧ୍ୟରେ ଧାନ, ବାଦାମ, ମକା, ଆରହର, ରଗି, କଟନ, ଅଦା ଓ ହଳଦୀ ରହିଥିବା ବେଳେ ନଅଟି ରବି ଫସଲ ମଧ୍ୟରେ ଧାନ, ବାଦାମ, ବ୍ଲାକ-ଗ୍ରାମ, ଗ୍ରୀନ-ଗ୍ରାମ, ସୋରିଷ, ସୂର୍ଯ୍ୟମୁଖୀ, ଆଖୁ, ଆଳୁ ଓ ପିଆଜ ରହିଛି ।

Get real time updates directly on you device, subscribe now.