fbpx

୧୭ OASଙ୍କୁ କୋଭିଡ୍ ଦାୟିତ୍ୱ

ଭୁବନେଶ୍ୱର, ୨୬ା୪ (ଓଡିଶା ଭାସ୍କର): ରାଜ୍ୟରେ କରୋନାର ପରିସ୍ଥିତି ଅସମ୍ଭାଳ । ତେଣୁ ୫ ଜିଲ୍ଲାକୁ ୧୭ ଜଣ ଓଏଏସଙ୍କୁ ଡେପୁଟେସନରେ ପଠାଇଛନ୍ତି ସରକାର । ଏହି ଅଧିକାରୀମାନେ ଏହି ଜିଲ୍ଲାମାନଙ୍କରେ କୋଭିଡ୍ ପରିଚାଳନାରେ ସାମିଲ ହେବେ । ସୁନ୍ଦରଗଡ଼ ଜିଲ୍ଲାରେ ଦୁର୍ଗା ପ୍ରସାଦ ମହାପାତ୍ର, ଅଯୋଧ୍ୟାକାନ୍ତ ଶତପଥୀ, ତ୍ରିଲୋଚନ ମହାନ୍ତି ଓ ମଧୁସୂଦନ ବେହେରା, ବରଗଡ଼ ଜିଲ୍ଲାରେ ମହେଶ୍ୱର ପାଣିଗ୍ରାହୀ, ଶୁଭାଶିଷ ମାନସିଂହ ଓ ମନ୍ଦରଧର ମହାଲ୍ଲିକ, ସମ୍ବଲପୁର ଜିଲ୍ଲାରେ ବିସିକେଶନ ଦେହୁରୀ ଓ ବୈତୁରା ଦୀପ, ନୂଆପଡ଼ା ଜିଲ୍ଲାରେ ଲକ୍ଷ୍ମୀକାନ୍ତ ପାରେଲାଲ୍ ପ୍ରଧାନ, ଚିତ୍ରସେନ ପଶାୟତ, ନୃପରାଜ ସାହୁ, ହେମନ୍ତ କୁମାର ସିଂହ ଓ ଭକ୍ତବନ୍ଧୁ ଜନାର୍ଦ୍ଦନ ଦଳାଇ, ବଲାଙ୍ଗିର ଜିଲ୍ଲାରେ ଦୀପକ ରଞ୍ଜନ ଦାସ, ରଶ୍ମୀ ରଞ୍ଜନ ନାୟକ ଓ ଶ୍ୱେତ କୁମାର ଦାଶ କାର୍ଯ୍ୟ କରିବେ । ଅଧିକାରୀମାନେ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ରିପୋର୍ଟ କରିବାକୁ କୁହାଯାଇଛି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.