fbpx

ଏଲଜିବିଟିକ୍ୟୁ ପକ୍ଷରୁ ନିଜ ଅଧିକାର ପାଇଁ ସପ୍ତରଙ୍ଗୀ ଶୋଭାଯାତ୍ରା

ଭୁବନେଶ୍ୱର: ନିଜର ଅଧିକାର ସାବ୍ୟସ୍ତ କରିବା ପାଇଁ ଆଜି ଭୁବନେଶ୍ୱରରେ ଆରମ୍ଭ ହୋଇଛି ସପ୍ତରଙ୍ଗୀ ଶୋଭାଯାତ୍ରା । ଏହା ମାଷ୍ଟର‌୍ୟାଣ୍ଟିନରୁ ଆରମ୍ଭ ହୋଇ ମାର୍କେଟ କମ୍ଲେକ୍ସ ପାଶ୍ୱର୍ସ୍ଥ କ୍ୟାଥୋଲିକ ଚର୍ଚ ଯାଏଁ ଯିବ । ନିଜର ଅଧିକାରକୁ ନେଇ ଏଲଜିବିଟିକ୍ୟୁ ଏହି ପ୍ରତିବର୍ଷ ଏହି ଶୋଭାଯାତ୍ରା କରିଥାଏ । ବହୁ ଟ୍ରାନ୍ସମେନ ଓ ଟ୍ରାନ୍ସ ଓମେନ ଏଥିରେ ଭାଗ ନେଇଛନ୍ତି । ସେମାନେ ସମାଜରେ ନିଜର ଅଧିକାରକୁ ପ୍ରତିଫଳିତ କରିବା ପାଇଁ ଏହି ପ୍ରାଇଡ ୱିକର ପାଳନ କରନ୍ତି ।

ଭୁବନେଶ୍ୱରରେ ମଧ୍ୟ ଟ୍ରାନ୍ସ ଜେଣ୍ଡର ଏହାକୁ ଧୂମଧାମର ସହ ପାଳନ କରୁଥିବାର ଦେଖିବାକୁ ମିଳିଛି । ସମାଜରେ ସମସ୍ତେ ସମାନ ଓ ସମସ୍ତଙ୍କୁ ସମାନ ଅଧିକାର ମିଳିବା ଆବଶ୍ୟକ – ଏହି ଭାବନାକୁ ଉଜ୍ଜୀବିତ କରିବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ । ଯାହା ଆଜି ଦିନ ୨ ଟାରୁ ଆରମ୍ଭ ହୋଇଛି ।

 

Get real time updates directly on you device, subscribe now.