fbpx

ହୋଲି ଖେଳିବା ନେଇ ଲାଗିଲା କଟକଣା: ନ ମାନିଲେ ହେବ କଠୋର ଦଣ୍ଡବିଧାନ

ଭୁବନେଶ୍ୱର, ୨୬ା୩ (ଓଡିଶା ଭାସ୍କର): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି । ଚଳିତ ବର୍ଷ ହୋଲିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ରୋକ ଲଗାଇଛି କମିଶନରେଟ୍ ପୋଲିସ । ସରକାରୀ ନିୟମ ଅନୁଯାୟୀ ହୋଲି ଖେଳିବାକୁ କମିଶନରେଟ୍ ପୋଲିସ ପକ୍ଷରୁ କୁହାଯାଇଛି । ନିୟମ ନ ମାନିଲେ କଠୋର ଦଣ୍ଡ ବିଧାନ କରାଯିବ । ଅତି କମ ସଂଖ୍ୟକ ଲୋକଙ୍କୁ ନେଇ ହୋଲି ଖେଳିବାକୁ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ କିଛିଦିନ ଧରି ଦ୍ୱୈତ ନଗରୀରେ କରୋନା ସଂକ୍ରମଣ ନେଇ ସଚେତନତା କରାଯାଉଛି । ମାସ୍କ ପିନ୍ଧିବା, ହାତ ପରିସ୍କାର ରଖିବା ଓ ସାମାଜିକ ଦୂରତା ବଜାୟ ରଖିବା ନେଇ ଧ୍ୟାନ ଦେବାକୁ କୁହାଯାଇଛି ।

Get real time updates directly on you device, subscribe now.