fbpx

ଆଗ୍ରା- ଲକ୍ଷ୍ନୌ ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; କାର- ବସ୍ ଧକ୍କା, ୬ ମୃତ, ୪୦ରୁ ଉର୍ଦ୍ଧ୍ୱ ଆହତ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଇଟାୱା ଅଞ୍ଚଳରେ ଆଗ୍ରା- ଲକ୍ଷ୍ନୌ ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି । ସୂଚନାରୁ ପ୍ରକାଶ ଲକ୍ଷ୍ନୌରୁ ଆଗ୍ରା ଯାଉଥିବା ଏକ ବସ୍ କାରକୁ ଧକ୍କା ଦେବା ଫଳରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଏହି ଦୁର୍ଘଟଣାରେ ଗୁରୁତର ହୋଇଥିବା ଯାତ୍ରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । କୁହାଯାଉଛି ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା କି ବସଟି ଏକ୍ସପ୍ରେସ୍ ୱେର ୨୦ ଫୁଟ୍ ତଳକୁ ଖସି ପଡ଼ିଥିଲା ।

ସୂଚନାରୁ ପ୍ରକାଶ ଶନିବାର ବିଳମ୍ବିତ ରାତିରେ ଆଗ୍ରା- ଲକ୍ଷ୍ନୌ ଏକ୍ସପ୍ରେସ ୱେରେ ଏକ ବସ କାରକୁ ଧକ୍କା ଦେଇଥିଲା । ବସଟି ଲକ୍ଷ୍ନୌରୁ ଆଗ୍ରା ଅଭିମୁଖେ ଯାଉଥିବା ବେଳେ କାରଟି ବିପରିତ ଦିଗରୁ ରଙ୍ଗ୍ ରୁଟରେ ଆସୁଥିଲା । ଫଳରେ କାର ଓ ବସ୍ ଭୟଙ୍କର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଗୁରୁତର ଆହତଙ୍କୁ ମେଡିକାଲ ପଠାଇଥିଲେ । ପୋଲିସ ସୂତ୍ରରୁ ପ୍ରକାଶ କି ମୃତକଙ୍କ ମଧ୍ୟରୁ ୩ ଜଣ ବସ ଯାତ୍ରୀ ଏବଂ ଅନ୍ୟ ୩ ଜଣ କାର ଯାତ୍ରୀ ଥିଲେ । ବସରେ ପ୍ରାୟ ୭୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଥିବା ପ୍ରକାଶ । ତେବେ ଏହି ମାମଲାକୁ ନେଇ ଏକ FIR ରୁଜୁ ହୋଇଥିବା ବେଳେ ପୋଲିସର ଅଧିକ ତଦନ୍ତ ଜାରି ରହିଛି ।

Get real time updates directly on you device, subscribe now.