fbpx

ବସ ସହ ଟ୍ରକ ଧକ୍କା:୩ମୃତ

ଝାଡସୁଗୁଡା :ବସ ଦୁର୍ଘଟଣାରେ ୩ଜଣ ମୃତ । ବସ ଟ୍ରକ ମୁହାଁ ମୁହିଁରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି ।

ଏହି ଦୁର୍ଘଟଣାରେ ୨୦ ରୁ ଅଧିକ ଲୋକ ଆହାତ ହୋଇଥିବା ନେଇ ସୂଚନା ମିଳୁଛି । ଘଟଣାସ୍ଥଳରେ ଝାଡସୁଗୁଡା ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି । ସମସ୍ତଙ୍କୁ ବର୍ତ୍ତମାନ ଝାଡସୁଗୁଡା ମେଡିକାଲରେ ଭର୍ତ୍ତି କରାଯାଇଛି । ଜେଡବ୍ଲ୍ୟୁଏସରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କୁ ନେଇ ବସଟି ଝାଡସୁଗୁଡା ଯାଉଥିଲା । ଝାଡସୁଗୁଡାର ବିଜୁ ଏକ୍ସପ୍ରେସ ୱେ ପାଖରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବାର ସୂଚନା ମିଳୁଛି ।

Get real time updates directly on you device, subscribe now.