fbpx

କାଲି ବିଶ୍ୱକର୍ମା ପୂଜା: ଜାଣନ୍ତୁ ଏହି ଦିନର ମହତ୍ତ୍ୱ ଓ ପୂଜାର କରିବାର ମୁହୂର୍ତ୍ତ -ବିଧି

ଭଗବାନ ବିଶ୍ୱକର୍ମାଙ୍କୁ ଜନ୍ମୋଉତ୍ସବ ୧୭ ସେପ୍ଟେମ୍ବର ଅର୍ଥାତ୍ ଆସନ୍ତାକାଲି ପାଳନ କରାଯିବ । ଏହି ଦିନ କଳ-କାରଖାନା ଓ ଶିଳ୍ପ ପ୍ରତିଷ୍ଠାନଗୁଡ଼ିକରେ ବିଧି-ବିଧାନ ସହ ଭଗବାନ ବିଶ୍ୱକର୍ମାଙ୍କୁ ପୂଜା କରାଯାଇଥାଏ । ଚଳିତ ବର୍ଷ ବିଶ୍ୱକର୍ମା ପୂଜା ଦିନ ପାଞ୍ଚଟି ଶୁଭ ଯୋଗ ଗଣନା କରାଯାଇଛି । ଏଥିରେ,ଆପଣଙ୍କ ଇଚ୍ଛା ପୂରଣ ପାଇଁ ସର୍ବାର୍ଥ ସିଦ୍ଧି ଯୋଗ ସର୍ବୋତ୍ତମ । ଏହି ଯୋଗରେ ଭଗବାନ ବିଶ୍ୱକର୍ମାଙ୍କୁ ପୂଜା କରିବା ଦ୍ୱାରା ଆପଣଙ୍କ ବ୍ୟବସାୟରେ ଅଗ୍ରଗତି ହେବ । ତାଙ୍କ ଅନୁଗ୍ରହରେ ଆପଣ ଓ ଆପଣଙ୍କର ସମଗ୍ର ପରିବାରର ଉନ୍ନତି ହେବ । ଏହି ଦିନ ଅଂଶ, ଉପକରଣ, ଯନ୍ତ୍ର, ଯାନ ଇତ୍ୟାଦି ପୂଜା କରାଯାଏ ।

ଚଳିତ ବର୍ଷ ବିଶ୍ୱକର୍ମା ପୂଜା ଅବସରରେ ପାଞ୍ଚଟି ଶୁଭ ଯୋଗ – ରବି ଯୋଗ, ଅମୃତ ସିଦ୍ଧି ଯୋଗ, ସର୍ବାର୍ଥ ଯୋଗ, ଦ୍ୱିପୁଷ୍କର ଯୋଗ ଏବଂ ସିଦ୍ଧି ଯୋଗ ପ୍ରସ୍ତୁତ କରାଯାଇଛି । ଏହି ଯୋଗ ଯୋଗୁଁ ବିଶ୍ୱକର୍ମା ପୂଜାର ମହତ୍ତ୍ୱ ଆହୁରି ବୃଦ୍ଧି ପାଇଛି । ଉପବାସ ଏବଂ ଉପାସନା ପାଇଁ ଏହି ଦିନ ଫଳପ୍ରଦ ଅଟେ ।

ସର୍ବାର୍ଥ ସିଦ୍ଧି ଯୋଗ: ସକାଳ ୦୬:୦୭ ରୁ ଅପରାହ୍ନ ୧୨:୨୧
ଦ୍ୱିପୁଷ୍କର ଯୋଗ: ଅପରାହ୍ନରେ ୧୨:୨୧ ରୁ ଅପରାହ୍ନ ୦୨:୧୪ ପର୍ଯ୍ୟନ୍ତ
ରବି ଯୋଗ: ସକାଳ ୦୬: ୦୭ ରୁ ପୂର୍ବାହ୍ନ ୧୨:୨୧ ପର୍ଯ୍ୟନ୍ତ
ସିଦ୍ଧି ଯୋଗ: ସକାଳ ଠାରୁ ରାତି ପର୍ଯ୍ୟନ୍ତ
ଅମୃତ ସିଦ୍ଧି ଯୋଗ: ସକାଳ ୦୬:୦୭ ରୁ ଅପରାହ୍ନ ୧୨:୨୧ ପର୍ଯ୍ୟନ୍ତ

ଏହି ଯୋଗଗୁଡ଼ିକର ଗୁରୁତ୍ୱ :-
ସର୍ବାର୍ଥା ସିଦ୍ଧି ଯୋଗ ଆପଣଙ୍କ ଇଚ୍ଛା ପୂରଣ କରିବ । ରବି ଯୋଗ ମନ୍ଦକୁ ହଟାଇବ ଏବଂ ଶୁଭ ଫଳାଫଳ ଦେବ । ଦ୍ୱିପୁଷ୍କର ଯୋଗରେ କରାଯାଇଥିବା ପୂଜାର ଫଳାଫଳ ଦୁଇଗୁଣ ମିଳିବ । ସିଦ୍ଧି ଓ ଅମୃତ ସିଦ୍ଧି ଯୋଗ ମଧ୍ୟ ଶୁଭ ବୋଲି ବିବେଚନା କରାଯାଏ ।

ମହତ୍ତ୍ୱ:-
ବିଶ୍ୱକର୍ମ ଜୟନ୍ତି ଦିନ ସମସ୍ତ ଶିଳ୍ପ ପ୍ରତିଷ୍ଠାନଗୁଡ଼ିକରେ ବିଶ୍ୱକର୍ମାଙ୍କୁ ବିଧି-ବିଧାନ ସହ ପୂଜା କରାଯାଏ । କୁହାଯାଏ କି, ଭଗବାନ ବିଶ୍ୱକର୍ମାଙ୍କ ପୂଜା କରିବା ଦ୍ୱାରା ଭକ୍ତମାନଙ୍କର ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଥାଏ । ଏହା ସହ ବ୍ୟବସାୟରେ ମଧ୍ୟ ସୁଧାର ହୋଇଥାଏ ।

Get real time updates directly on you device, subscribe now.