fbpx

କଂଗ୍ରେସକୁ ଝଟକା:ଜିଗ୍ନେଶ ମେଭାନୀଙ୍କୁ ୬ ମାସ ଜେଲ

ନୂଆଦିଲ୍ଲୀ : କଂଗ୍ରେସକୁ ଲାଗିଲା ବଡ ଝଟକା। ଗୁଜୁରାଟର ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଏକ ବଡ ଧରଣ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି । ଦଳରେ କାର୍ଯ୍ୟରତ ଥିବା ସଭାପତି ଜିଗ୍ନେଶ ମେଭାନୀଙ୍କୁ ଅହମ୍ମଦାବାଦର ଏକ କୋର୍ଟ ଦ୍ୱାରା ୬ ମାସ ଜେଲ ଦଣ୍ଡାଦେଶରେ ଦଣ୍ଡିତ ହେଇଛନ୍ତି ।

ସୂଚନାମୁତାବକ,ଗୁଜୁରାଟ ବିଶ୍ୱବିଦ୍ୟାଳୟର ନାମ ପରିବର୍ତନକୁ ନେଇ କରାଯାଇଥିବା ହିଂସା ପାଇଁ ମାମଲା ରୁଜୁ କର।ଯାଇଥିଲା ।ତେବେ ସେହି ମାମଲାକୁ ଆଧାର କରି ତିନୋଟି ମାମଲା ରୁଜୁ କର।ଯାଇଥିଲା । ଏହି ମାମଲାରେ ୨୦ଜଣଙ୍କୁ ଦୋଷୀ ସାବ୍ୟସ୍ତ କର।ଯାଇଥିଲା । ତେବେ ସେମାନଙ୍କ ମଧ୍ୟରୁ ବର୍ତମାନ ୧ ଜଣକର ମୃତ୍ୟ ହୋଇଯାଇଛି । ଅହମ୍ମଦାବାଦର ମହାନଗର ନିଗମ ମାଜିଷ୍ଟ୍ରେଟ କୋର୍ଟ ଶୁକ୍ରବାର ଦିନ ବିଧାୟକ ଜିଗ୍ନେଶ ମେଭାନୀ, ସୁବୋଧ ପାରମାର,ରାକେଶ ମେହେରିଆଙ୍କ ସମେତ ୧୯ଜଣଙ୍କୁ ୬ମାସ ର୍ପ୍ୟନ୍ତ କାରାଦଣ୍ଡରେ ଦଣ୍ଡିତ କର।ଯାଇଥିଲା । ପୁରା ମାମଲାରେ ପଞ୍ଜୀକୃତ ହୋଇଥିବା ତିନୋଟି ମାମଲାରେ କୋର୍ଟ ପ୍ରଥମରେ ୬ ମାସ ଜେଲ, ଦ୍ୱିତୀୟରେ ୫୦୦ ଟଙ୍କା ଜରିମାନା ଏବଂ ତୃତୀୟରେ ୧୦୦ ଟଙ୍କା ଜୋରିମାନା କରିଛି ।

ସୂଚନାଥାଉକି, କଂଗ୍ରେସର ପୂର୍ବତନ ସଭାପତି ତଥା ବର୍ତମାନର ସାଂସଦ ରାହୁଲ ଗାନ୍ଧି ଭାରତ ଯୋଡୋ ପଦ ଯାତ୍ରାରେ ବାହାରିଯାଇଛନ୍ତି । ହେଲେ ଏପଟେ ଦଳ ଏପରି ବିପର୍ଯ୍ୟସ୍ତ ପରିସ୍ଥିତି ଦେଇ ଗତି କରୁଛି । ତେବେ ଏଭଳି ସ୍ଥିତିକୁ କଂଗ୍ରେସ କିପରି ଭାବେ ସମ୍ଭାଳିବ ତାହା ଆଗକୁ ଜଣାପଡିବ ।

Get real time updates directly on you device, subscribe now.