fbpx

ରିସର୍ଚ୍ଚରୁ ଖୁଲାସା: ସପ୍ତାହରେ ୩-୪ ଥର SEX କଲେ କମେ ପୁରୁଷଙ୍କ Prostate Cancerର ଆଶଙ୍କା

Advertisement

ନୂଆଦିଲ୍ଲୀ: କ୍ୟାନସର ଆଜି ସାରା ବିଶ୍ୱରେ ଏକ ଘାତକ ରୋଗ ଭାବେ ସାବ୍ୟସ୍ତ ହୋଇଛି । ଉଭୟ ପୁରୁଷ ଓ ମହିଳା ଏହାର ଶିକାର ପାଲଟୁଥିବା ବେଳେ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗକୁ ଏହା ସଂକ୍ରମିତ କରିଥାଏ । ତେବେ ନିକଟରେ ପ୍ରୋଷ୍ଟେଟ କ୍ୟାନସରକୁ ନେଇ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ସପ୍ତାହକୁ ୩-୪ ଥର ଶାରୀରିକ ସମ୍ପର୍କ ରଖିବା ଦ୍ୱାରା ପ୍ରୋଷ୍ଟେଟ କ୍ୟାନସର ଆଶଙ୍କା ହ୍ରାସ ପାଇଥାଏ ବୋଲି ଘାନାର ଜଣେ ୟୁରୋଲୋଜିଷ୍ଟ ମତ ଦେଇଛନ୍ତି ।

ଉକ୍ତ ବିଶେଷଜ୍ଞଙ୍କ ମତରେ, ଲଗାତର ଯୌନ ଇଣ୍ଟରକୋର୍ସ ପୁରୁଷଙ୍କ କ୍ଷେତ୍ରରେ ପ୍ରୋଷ୍ଟେଟ କ୍ୟାନସର ଆଶଙ୍କାକୁ ହ୍ରାସ କରିଥାଏ । ଯେଉଁମାନଙ୍କର ମାସକୁ ୨୧ ଦିନ ଇଜାକୁଲେସନ ହୋଇଥାଏ, ସେମାନେ ଅଧିକ ବୟସରେ ପ୍ରୋଷ୍ଟେଟ କ୍ୟାନସରର ଶିକାର ହୋଇଥାନ୍ତି ବୋଲି କୁହାଯାଉଛି । ମାତ୍ର ଏନେଇ ବୈଜ୍ଞାନିକ ପକ୍ଷରୁ କିଛି ପ୍ରମାଣ ସାମ୍ନାକୁ ଆସିନାହିଁ ।

ସୂଚନାଯୋଗ୍ୟ ଯେ, ପ୍ରୋଷ୍ଟେଟ କ୍ୟାନସରକୁ ନେଇ କିଛି ବର୍ଷ ପୂର୍ବେ ମଧ୍ୟ କିଛି ତଥ୍ୟ ସାମ୍ନାକୁ ଆସିଥିଲା । ଜଣେ ପୁରୁଷ ୨୦ରୁ ଅଧିକ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିସାରିଥିବା ବେଳେ ତାଙ୍କର ପ୍ରୋଷ୍ଟେଟ କ୍ୟାନସର ଆଶଙ୍କା ୨୮ ପ୍ରତିଶତ ହ୍ରାସ ପାଇଥିଲା । ଏଥିସହିତ ଏକାଧିକ ସମ୍ବନ୍ଧ ସ୍ଥାପନ କରିସାରିଥିବା ପୁରୁଷଙ୍କ କ୍ଷେତ୍ରରେ ଟ୍ୟୁମରର ଆଶଙ୍କା ୧୯ ପ୍ରତିଶତ ହ୍ରାସ ପାଇଥିବା ମଧ୍ୟ ରିସର୍ଚ୍ଚରୁ ଜଣାପଡ଼ିଥିଲା । ଯଦି ଜଣେ ସମ୍ଭୋଗ ମାମଲାରେ ସକ୍ରିୟ ରହିଥାଏ, ତେବେ କ୍ୟାନସର ସୃଷ୍ଟି କରୁଥିବା ରସାୟନ ବୀର୍ଯ୍ୟ ସହିତ ବାହାରକୁ ବାହାରି ଯାଇଥାଏ ।

Get real time updates directly on you device, subscribe now.