fbpx

ଶାରୀରିକ ସମ୍ପର୍କ ବିନା ଯୌନ ଉତ୍ପୀଡନ ମଧ୍ୟ ଦୁଷ୍କର୍ମ: ବମ୍ବେ ହାଇକୋର୍ଟ

ପୀଡ଼ିତାଙ୍କ ଶରୀରର ଯୌନାଙ୍ଗକୁ କେବଳ ସ୍ପର୍ଶ କରିବା ଅପରାଧ

Advertisement

ମୁମ୍ବାଇ (ଓଡ଼ିଶା ଭାସ୍କର): ଶାରୀରକି ସମ୍ପର୍କ ରକ୍ଷା ନକରି ଯୌନ ଉତ୍ପୀଡନ ଦେବା ମଧ୍ୟ ଦୁଷ୍କର୍ମ କୁହାଯିବ । ଏଭଳି ଏକ ରାୟ ବମ୍ବେ ହାଇକୋର୍ଟ ଦେଇଛନ୍ତି । ୨୦୧୯ରେ ଏହି ମାମଲାରେ ହୋଇଥିବା ଶୁଣାଣିରେ ୩୩ ବର୍ଷ ବୟସ୍କ ଜଣେ ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ତାଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । ଅଭିଯୁକ୍ତ କୋର୍ଟଙ୍କ ରାୟଙ୍କୁ ଚ୍ୟାଲେଞ୍ଜ କରିଥିଲେ । ତେବେ ବମ୍ବେ ହାଇକୋର୍ଟ ବ୍ୟକ୍ତିଙ୍କ ପୂର୍ବ ଦଣ୍ଡାଦେଶକୁ କାଏମ୍‌ ରଖିଛନ୍ତି ।

ଏଥିସହ ହାଇକୋଟ କହିଛନ୍ତି ଯେ, କୌଣସି ମହିଳାଙ୍କ ସହ ଅଭିଯୁକ୍ତ ଶାରୀରିକ ସଂପର୍କ ରକ୍ଷା ନ କରିଥିଲେ ମଧ୍ୟ ତାହାକୁ ଦୁଷ୍କର୍ମ ବୋଲି ଗ୍ରହଣ କରାଯିବା ନେଇ ଭାରତୀୟ ଦଣ୍ଡ ସଂହିତା (ଆଇପିସି)ର ଧାରା ୩୭୬ରେ ଉଲ୍ଲେଖ ରହିଛି । ଯୁବକ ଜଣଙ୍କ ପୀଡ଼ିତାଙ୍କ ସହ ଯୌନ ସମ୍ପର୍କ ରଖି ନଥିବା ଦଲିଲରେ ଉଲ୍ଲେଖ ରହିଥିଲା । ମାତ୍ର ଫୋରେନସିକ୍‌ ଟିମର ଯାଞ୍ଚ ରିପୋର୍ଟରୁ ଯୌନ ଉତ୍ପୀଡ଼ନ କରାଯାଇଥିବା ପ୍ରମାଣିତ ହୋଇଥିଲା । ଯୌନ ସମ୍ପର୍କ ସ୍ଥାପନ କରନ୍ତୁ ବା ନ କରନ୍ତୁ ପୀଡ଼ିତାଙ୍କ ଶରୀରର ଯୌନାଙ୍ଗକୁ କେବଳ ସ୍ପର୍ଶ କରିବା ଅପରାଧ ଶ୍ରେଣୀଭୁକ୍ତ ଅଟେ ।

ସୂଚନାଯୋଗ୍ୟ ଯେ, ମହିଳା ଜଣଙ୍କ ମନ୍ଦିରକୁ ଯାଇଥିବା ବେଳେ ଅଭିଯୁକ୍ତ ତାଙ୍କୁ ଅପହରଣ କରି ଯୌନ ଉତ୍ପୀଡ଼ନ କରିଥିଲା । ଏହାପରେ ପୀଡ଼ିତା ଅଭିଯୁକ୍ତ କବଳରୁ ଖସି ଘରେ ଏକଥା ଜଣାଇଥିଲେ । ଏ ବିଷୟରେ ପୀଡ଼ିତାଙ୍କ ପରିବାର ବର୍ଗ ଜାଣିବା ପରେ ପୋଲିସରେ ମାମଲା ଦାୟର କରିଥିଲେ । ତଦନ୍ତ ପରେ ଅଭିଯୁକ୍ତ ଅପହରଣ ପରେ ଦୁଷ୍କର୍ମ କରିଥିବା ନେଇ ଦୋଷୀ ସାବ୍ୟସ୍ତ ହୋଇଥିଲା ।

Get real time updates directly on you device, subscribe now.