fbpx

ଶାଦୀ ଡଟ୍ କମ୍‌ରେ ଆସିଲା ଯୌତୁକ କାଲକୁଲେଟର! ନିଜ ବିଷୟରେ ଡିଟେଲ୍ସ ଦେବା ପରେ ଆସୁଛି ଏପରି ରେଜଲ୍ଟ

ନୂଆଦିଲ୍ଲୀ:ମେଟ୍ରୋମନିଆଲ୍ ସାଇଟସ୍‌ରେ ଲୋକମାନେ ନିଜ ଜୀବନସାଥି ସନ୍ଧାନ କରିଥାନ୍ତି । ଏପରି ଏକ ୱେବସାଇଟ୍ ହେଉଛି ଶାଦୀ ଡଟ୍ କମ୍‌  । ଏହାର ମାଲିକ ହେଉଛନ୍ତି ଅନୁପମ୍ ମିତ୍ତଲ । ଏହି ୱେବସାଇଟ୍‌ରେ ଏକ ନୂଆ ଫିଚର ଆସିଛି ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି । ଏହି ଫିଚରରେ ଲୋକଙ୍କୁ ପଚରା ଯାଉଛି କି ଆପଣ କେତେ ଯୌତୁକ ନେବାକୁ ପସନ୍ଦ କରନ୍ତି? ଫିଚରକୁ ଓପନ୍ କରିବା ପରେ ଜଣେ ବ୍ୟକ୍ତିଙ୍କ ଫଟୋ ସାମ୍ନାକୁ ଆସୁଛି ଯାହାଙ୍କ ଆଖପାଖରେ ପୁସ୍ତକ, ଘର, କାର୍ ଓ ପଇସା ଦେଖିବାକୁ ମିଳୁଛି । ଏହାର ତଳକୁ କିଛି ପ୍ରଶ୍ନ ରହିଛି । ଯେପରିକି ବୟସ, ପେଶା, ଦରମା, ଶିକ୍ଷା ଇତ୍ୟାଦି । ନିଜର ଘର ଅଛି କି ନା? ଭାରତରେ ରହୁଛନ୍ତି କି ବିଦେଶରେ?

ଏହି ଯୌତୁକ କାଲ୍‌କୁଲେଟରରେ ସମସ୍ତ ଡିଟେଲ୍ସ ଲେଖିବା ପରେ ‘କାଲ୍‌କୁଲେଟର ଡାଉରୀ ଆମାଉଣ୍ଟ’ ଲେଖା ଯାଇଥିବା ବଟନ୍ ନଜର ଆସିଥାଏ । ଏହା ଉପରେ କ୍ଲିକ୍ କରିବା ପରେ ଏକ ଲେଖା ଆସୁଛି, ଭାରତରେ ୨୦୦୧-୨୦୧୨ ମଧ୍ୟରେ ଯୌତୁକ ପାଇଁ ୯୧, ୨୦୨ ଜଣଙ୍କ ମୃତ୍ୟୁ ଘଟିଛି । ଆପଣ ଏବେ ବି କ’ଣ ଜାଣିବାକୁ ଚାହୁଁଛନ୍ତି କି ତାଙ୍କ ଜୀବନର ବି ମୂଲ୍ୟ ରହିଛି ବୋଲି । ଚାଲନ୍ତୁ ଭାରତକୁ ଏକ ଯୌତୁକମୁକ୍ତ ସମାଜ ଭାବରେ ଗଢି ତୋଳିବା । ପରିବର୍ତ୍ତନ ଆଣିବା ।’ ତେବେ ଯୌତୁକ ବିରୋଧରେ ଶାଦୀ ଡଟ୍ କମ୍‌ ର ଏପରି ନିଆରା ପ୍ରୟାସକୁ ସୋସିଆଲ ମିଡିଆରେ ଲୋକମାନେ ବେଶ୍ ପ୍ରଶଂସା କରୁଛନ୍ତି ।

Get real time updates directly on you device, subscribe now.