fbpx
BSKY
BJD YOUTH SKY
BJD MS SKY

ପାକିସ୍ତାନ ପ୍ରଧାନମନ୍ତ୍ରୀ ପାଇଁ ଶାହାବାଜ ସରିଫ ବିରୋଧୀଙ୍କ ପ୍ରାର୍ଥୀ, ଇମ୍ରାନଙ୍କ ପକ୍ଷରୁ ଶାହା ମେହମୁଦ କୁରେଶୀ ପ୍ରାର୍ଥୀ

ଅବିଶ୍ୱାସ ପ୍ରସ୍ତାବରେ ବହୁମତ ହରାଇବା ପରେ ଇମ୍ରାନ ଖାନ ଇସ୍ତଫା ଦେଇଛନ୍ତି । ଏହା ପରେ ଶାହାବାଜ ସରିଫ ପ୍ରଧାନମନ୍ତ୍ରୀ ପଦ ପାଇଁ ନୂଆ ଚେହେରା ଭାବରେ ଉଭା ହୋଇଛନ୍ତି । ସମସ୍ତ  ୧୭୪ ବିରୋଧୀ ସାଂସଦ ଶାହାବାଜଙ୍କ ନାମରେ ମୋହର ଲଗାଇଛନ୍ତି । ଶାହାବଜ ହେଉଛନ୍ତି ପାକିସ୍ତାନର ତିନି ଥର ପ୍ରଧାନମନ୍ତ୍ରୀ ଥିବା ନୱାଜ ସରିଫଙ୍କ ଭାଇ । ଏବେ ସେ ପ୍ରଧାନମନ୍ତ୍ରୀ ପଦ ପାଇଁ ନିଜର ନାମାଙ୍କନ କରିଥିବା ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ କରିଛି । ପୁର୍ବରୁ ସେ ପଞ୍ଜାବ ପ୍ରଦେଶ(ପାକିସ୍ତାନ)ର ତିନି ଥର ମୁଖ୍ୟମନ୍ତ୍ରୀ ରହି ସାରିଛନ୍ତି ।

ଅନ୍ୟପଟେ ଇମ୍ରାନ ସରକାରରେ ବୈଦେଶିକ ମନ୍ତ୍ରୀ ଥିବା ଶାହା ମେହମୁଦ କୁରେଶୀ ତେହରିକ-ଇ-ଇନସାଫ୍ (ପିଟିଆଇ)ର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବରେ ତାଙ୍କର ନାମ ଘୋଷଣା ହୋଇଛି । ଗତକାଲି ସେ ତାଙ୍କ ଟ୍ୱିଟର ଆକାଉଣ୍ଟରେ ନିଜ ପ୍ରୋଫାଇଲରୁ ବୈଦେଶିକ ମନ୍ତ୍ରୀ ହଟାଇ ପୂର୍ବତ୍ତନ ମନ୍ତ୍ରୀ ବୋଲି ଲେଖିଥିଲେ ।

ଗତରାତିରୁ ପାକିସ୍ତାନ ରାଜନୀତିରେ ହଲଚଲ ଜାରି ରହିଛି । ବାରମ୍ବାର ଅବିଶ୍ୱାସ ପ୍ରସ୍ତାବ ଘୁଞ୍ଚିବା ପରେ ଗତକାଲି ବିଳମ୍ବିତ ରାତିରେ ଇମ୍ରାନ ଖାନ୍ ଅବିଶ୍ୱାସ ପ୍ରସ୍ତାବରେ ବହୁମତ ସାବ୍ୟସ୍ତ କରି ପାରି ନାହାନ୍ତି । ଇମ୍ରାନ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ସକାଳୁ ସକାଳୁ ସେ ପ୍ରଧାନମନ୍ତ୍ରୀ ବାସଭବନ ଛାଡ଼ି ପଳାଇଛନ୍ତି ।

ଇମ୍ରାନ ସରକାର ଭାଙ୍ଗିବା ପରେ ବିରୋଧୀ ଦଳ ନେତା ବିଲାବଲ ଭୁଟ୍ଟୋ କହିଛନ୍ତି ଯେ, ସେ ଲୋକମାନଙ୍କୁ ପୁରୁଣା ପାକିସ୍ତାନକୁ ସ୍ୱାଗତ କରୁଛନ୍ତି । ଇମ୍ରାନ ଖାନ ୨୦୧୮ ମସିହାରେ ନୂଆ ପାକିସ୍ତାନ ନାରା ଦେଇ ସରକାରକୁ ଆସିଥିବା ବେଳେ ସେ କୌଣସି ଉନ୍ନତି ମୁଳକ କାର୍ଯ୍ୟ କରି ନାହାନ୍ତି । ଦେଶରେ ଦାରିଦ୍ର, ମହଙ୍ଗା ଆଦି ବଢି ଚାଲିଛି । ତେଣୁ ଆମେ ଲୋକମାନଙ୍କୁ ପୁରୁଣା ପାକିସ୍ତାନକୁ ସ୍ୱାଗତ କରୁଛୁ ।

ଇମ୍ରାନ ଖାନ ଦେଶର ପ୍ରଧାନମନ୍ତ୍ରୀ ହେବା ପରେ ତାଙ୍କ ପୁର୍ବରୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଥିବା ନୱାଜ ସରିଫ ଖୁବ୍ ଶୀଘ୍ର ଘରକୁ ଫେରି ପାରନ୍ତି ବୋଲି ଆଲୋଚନା ହେଉଛି । କାରଣ ଏବେ ତାଙ୍କର ସାନ ଭାଇ ଶାହାବାଜ ଶରିଫ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ।

Get real time updates directly on you device, subscribe now.