fbpx

ଶାହାରୁଖଙ୍କ ଫିଲ୍ମ Jawan କରିଛି ୧୧୦୦ କୋଟିର ବ୍ୟବସାୟ, ବ୍ଲକବଷ୍ଟର କଲେକସନରେ ଏହା ପ୍ରଥମ ଫିଲ୍ମ

ମୁମ୍ବାଇ : ଶହାରୁଖ ଖାନ ଏବଂ ନୟନତାରା ଅଭିନିତ ଫିଲ୍ମ “ଜୱାନ’ ରିିଲିହେବା ପରେ ୩୦ ଦିନ ବିତି ସାରିଛି । କିନ୍ତୁ ଫିଲ୍ମଟି ଏବେ ସାରା ବିଶ୍ୱରେ ବ୍ୟବସାୟ କରିବାରେ ଲାଗିଛି । ଏହି ଫିଲ୍ମଟି ଏବେ ସାରା ବିଶ୍ୱରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗୁଛି । ଏହି ଫିଲ୍ମକୁ ଦେଖିବା ପାଇଁ ଏବେ ମଧ୍ୟ ଲୋକମାନେ କ୍ରେଜରେ ଅଛନ୍ତି ।

ଏବେ ଏହି ଫିଲ୍ମ ହିନ୍ଦୀ ସିନେମାରେ ଏକ ଇତିହାସ ସୃଷ୍ଟି କରିଛି । “ଜୱାନ’ ଫିଲ୍ମ ଏବେ ୧୧୦୦ କୋଟି ଟଙ୍କା ସାରା ବିଶ୍ୱରେ ବ୍ୟବସାୟ କରିଛି । ଏହି ଫିଲ୍ମ କେବଳ ଭାରତ ନୁହେଁ ସାରା ବିଶ୍ୱରେ ଭଲ କଲେକସନ କରୁଛି । ଏହା ଛଡା “ଜୱାନ’ ଫିଲ୍ମ ନୂଆ ରେକର୍ଡ ମଧ୍ୟ ସୃଷ୍ଟି କରିଛି ।

ଏହା ସହିତ ଶାହାରୁଖ ଖାନଙ୍କ ‘ଜୱାନ’ 2023 ବର୍ଷର ପ୍ରଥମ ସର୍ବାଧିକ ଆୟ କରିଥିବା ହିନ୍ଦୀ ଚଳଚ୍ଚିତ୍ର ହୋଇପାରିଛି। ଏହି ଭଲ ଖବରକୁ ଶାହାରୁଖ ଖାନଙ୍କ ପ୍ରଡକ୍ସନ୍ ହାଉସ୍ ରେଡ୍ ଚିଲି ନିଜ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ସଫଳତା ସହିତ ‘ଜବାନ୍’ ମଧ୍ୟ ଏହି ମାଇଲଖୁଣ୍ଟ ହାସଲ କରିବାରେ ଏକମାତ୍ର ହିନ୍ଦୀ ଚଳଚ୍ଚିତ୍ର ହୋଇପାରିଛି। ଏହି ଚଳଚ୍ଚିତ୍ର worldwide ବକ୍ସ ଅଫିସରେ 1,103.27 କୋଟି ଟଙ୍କା ସଂଗ୍ରହ କରିଛି, ସେଥିମଧ୍ୟରୁ ଭାରତୀୟ ବକ୍ସ ଅଫିସରୁ 733.37 କୋଟି ଟଙ୍କା ଆୟ କରିଛି। ଏହି ଚଳଚ୍ଚିତ୍ର ବିଦେଶ ବଜାରରୁ 369.90 କୋଟି ଟଙ୍କା ଆୟ କରିଛି।

‘ଜୱାନ’ରେ ଶାହାରୁଖ ଖାନ ବିକ୍ରମ ରାଠୋଡ଼ ଏବଂ ତାଙ୍କ ପୁଅ ଆଜାଦଙ୍କ ଡବଲ ଭୂମିକାରେ ଅଭିନୟ କରି ସମସ୍ତଙ୍କ ହୃଦୟ ଜିତିଛନ୍ତି। ଏହି ଫିଲ୍ମରେ ଦୀପିକା ପାଦୁକୋନଙ୍କ ବିଶେଷ ଭୂମିକା ଦେଖିବାକୁ ମିଳିଛି। ଏହି ଚଳଚ୍ଚିତ୍ର ସହିତ ନୟନତାରା ହିନ୍ଦୀ ଡେବ୍ୟୁ କରିଛନ୍ତି। ଏହି ଚଳଚ୍ଚିତ୍ରରେ ବିଜୟ ସେଥୁପାଠୀ ଭିଲେନ ଭୂମିକାରେ ନଜର ଆସିଛନ୍ତି। ଏହା ବ୍ୟତୀତ ନିର୍ଦ୍ଦେଶକ ଅଟଲେଙ୍କ ଫିଲ୍ମରେ ପ୍ରିୟମାନି, ସାନିଆ ମଲହୋତ୍ରା, ସୁନୀଲ ଗ୍ରୋଭର, ରିଦ୍ଧି ଡୋଗ୍ରା, ସଞ୍ଜିତା ଭଟ୍ଟାଚାର୍ଯ୍ୟ, ଗିରିଜା ଓକ, ଲାହର ଖାନ ଏବଂ ଆଲିଆ କୁରେଶି ମଧ୍ୟ ନଜର ଆସିଛନ୍ତି।

Get real time updates directly on you device, subscribe now.