fbpx

ଦୁର୍ଗା ପୂଜାରେ ବୁଲିବେ ‘ଶକ୍ତି ବାହିନୀ’: ମହିଳାଙ୍କ ସୁରକ୍ଷା ପାଇଁ ୪୦ ଜଣିଆ ସ୍ୱତନ୍ତ୍ର ବାଇକ୍ ଟିମ୍

ଭୁବନେଶ୍ୱର: ଦୁର୍ଗା ପୂଜାକୁ ନେଇ ଉତ୍ସବମୁଖର ହୋଇଛି ଟ୍ୱିନ ସିଟି । ସବୁଠି ପୂଜାର ଆସର । ଏହି ପବିତ୍ର ଉତ୍ସବରେ ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବଡ଼ ପଦକ୍ଷେଫ ନେଇଛନ୍ତି ରାଜ୍ୟ ସରକାର । ଦୁର୍ଗା ପୂଜାରେ ମହିଳାଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରିଛି ଓଡ଼ିଶା ପୋଲିସ । ୪୦ ଜଣ ମହିଳା ପୋଲିସଙ୍କୁ ନେଇ ‘ଶକ୍ତିବାହିନୀ’ ଟିମ୍ ଗଠନ କରାଯାଇଛି । ୨୦ଟି ବାଇକ୍ ଧରି ପୂଜା ମଣ୍ଡପ ବୁଲିବା ସହ ମହିଳାଙ୍କ ସୁରକ୍ଷା ବ୍ୟବସ୍ଥା ବୁଝିବ ଏହି ସ୍ପେଶାଲ ଟିମ୍ । ତେବେ ଦରକାର ହେଲେ ଏହି ସଂଖ୍ୟା ବୃଦ୍ଧି ପାଇବ ବୋଲି କହିଛନ୍ତି ପୋଲିସ କମିଶନର । ଓଡ଼ିଶା ପୋଲିସର ଏହି ସ୍ୱତନ୍ତ୍ର ବ୍ୟବସ୍ଥା ପରେ ପୂଜାରେ ମହିଳାଙ୍କ ସୁରକ୍ଷା ପ୍ରତି ବିପଦ ମଧ୍ୟ ହ୍ରାସ ପାଇବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.