fbpx

ଟିଭି ପରଦା ନୁହେଁ ଏଥର ବଡ଼ ପରଦାକୁ ଫେରୁଛି ୯୦ ଦଶକର ସୁପରହିରୋ, ୩ଶହ କୋଟି ଟଙ୍କାରେ ନିର୍ମାଣ ହେବ ‘ଶକ୍ତିମାନ’

ମୁମ୍ବାଇ: ୯୦ ଦଶକର ଟିଭି ପରଦାରେ ‘ଶକ୍ତିମାନ’ ଧାରାବାହିକ ପିଲାମାନଙ୍କୁ ବହୁତ ମନୋରଞ୍ଜନ କରିଥିଲା । ଏହି ସୁପରହିଟ୍‌ ସୋ’ରେ ଅଭିନେତା ମୁକେଶ ଖାନ୍ନା ଶକ୍ତିମାନଙ୍କ ଭୂମିକାରେ ଅଭିନୟ କରିଥିଲେ । ଗତ କିଛି ଦିନ ହେବ ଚର୍ଚ୍ଚା ହେଉଥିଲା ଯେ, ଏହି ଧାରାବାହିକ ପୁଣିଥରେ ଫେରିବ । ଆଉ ଏବେ ଶକ୍ତିମାନ ବିଷୟରେ ଅଭିନେତା ମୁକେଶ ଖାନ୍ନା ଏକ ବଡ଼ ଖୁଲାସା କରିଛନ୍ତି । ଏକ ଜଣାଶୁଣା ୱେବସାଇଟ୍‌ ସହିତ ଏକ ସାକ୍ଷାତକାରରେ ମୁକେଶ ଖାନ୍ନା ‘ଶକ୍ତିମାନ’ ବିଷୟରେ ଅନେକ ରହସ୍ୟ ଖୋଲିଛନ୍ତି ।

ମୁକେଶ ଖାନ୍ନା କହିଛନ୍ତି ଯେ ‘ଏହି ପ୍ରୋଜେକ୍ଟ ବହୁ ବର୍ଷ ପରେ ମୋ ପାଖକୁ ଆସିଛି । ଅନେକ ଲୋକମୋତେ କହିଥିଲେ ଯେ ତୁମେ ଶକ୍ତିମାନର ଦ୍ୱିତୀୟ ସିଜିନ୍‌ କରିବା ଉଚିତ୍‌ । କିନ୍ତୁ ଏଥର ମୋତେ ଟିଭିରେ ନୁହେଁ ବରଂ ଫିଲ୍ମରେ ଶକ୍ତିମାନ ଆଣିବାକୁ ପଡିଲା । ମୁକେଶ ଖାନ୍ନା କହିଛନ୍ତି ଯେ ‘ମୁଁ ସୋନି ଲୋକଙ୍କ ସହ ହାତ ମିଶାଇଛି ଏବଂ ସେମାନେ ମଧ୍ୟ ଏହି ଜିନିଷକୁ ସାର୍ବଜନୀନ କରିଛନ୍ତି । ଏହା ଏକ ବଡ ଫିଲ୍ମ । ପ୍ରାୟ ୩ ଶହ କୋଟିର । ତେବେ ସବୁକିଛି ସ୍ଥିର ନହେବା ପର୍ଯ୍ୟନ୍ତ ଅଧିକ କିଛି କହିପାରିବି ନାହିଁ । ଶକ୍ତିମାନକୁ ଏକ ଫିଲ୍ମ ରୂପେ ଆଣିବା ବିଷୟରେ ମୁକେଶ ଖାନ୍ନା କହିଛନ୍ତି ଯେ’ ମୁଁ ଏହି ଫିଲ୍ମର କାହାଣୀକୁ ନିଜ ପଦ୍ଧତିରେ ପ୍ରସ୍ତୁତ କରିଛି । ତାଙ୍କ ପାଇଁ ମୋର ଏକମାତ୍ର ସର୍ତ୍ତ ଥିଲା ଯେ କାହାଣୀଟି ପରିବର୍ତ୍ତନ ହେବ ନାହିଁ । ଶକ୍ତିମାନ କିଏ ହେବେ ବୋଲି ପ୍ରଶ୍ନର ଉତ୍ତରରେ ମୁକେଶ ଖାନ୍ନା କହିଛନ୍ତି ଯେ ଯଦି ଅନ୍ୟ କେହି ଶକ୍ତିମାନ ହୁଅନ୍ତି, ତେବେ ଦେଶ ତାଙ୍କୁ ଗ୍ରହଣ କରିବ ନାହିଁ ।

Get real time updates directly on you device, subscribe now.