ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ ପରେ ଟିମ ଇଣ୍ଡିଆରୁ ବାହାରେ ରହିଛନ୍ତି ଷ୍ଟାର ବୋଲର ମହମ୍ମଦ ଶାମୀ । ଆହତ ସମସ୍ୟା ଯୋଗୁଁ ଶାମୀ କ୍ରିକେଟରୁ ଦୂରେଇ ରହିଛନ୍ତି । କିନ୍ତୁ ଦୀର୍ଘ ଦିନର ବ୍ରେକ ପରେ ଏବେ ମଇଦାନକୁ ଫେରିଛନ୍ତି ଷ୍ଟାର ବୋଲର ଶାମୀ । କ୍ରିକେଟକୁ ପୁଣିଥରେ ଫେରିବା ପାଇଁ ସେ ନେଟରେ ବୋଲିଂ କରିବା ଆରମ୍ଭ କରିଛନ୍ତି । ଏହାସହିତ ମଙ୍ଗଳବାର ଶାମୀ ସୋସିଆଲ ମିଡିଆ ଆକାଉଣ୍ଟରେ ନିଜ ରିକଭରୀ ପ୍ରକ୍ରିୟା ବିଷୟରେ ଅପଡେଟ ଦେଇଛନ୍ତି । ଦିନିକିଆ ବିଶ୍ୱକପରେ ଦମଦାର ବୋଲିଂ କରି ବେଶ୍ ପ୍ରଶଂସା ପାଇଥିଲେ ଶାମୀ । କିନ୍ତୁ ଏହାପରେ ଆହତ ସମସ୍ୟା ଯୋଗୁଁ ସେ କ୍ରିକେଟରୁ ଲମ୍ବା ବ୍ରେକରେ ରହିଛନ୍ତି ।
ଟିମ ଇଣ୍ଡିଆର ଷ୍ଟାର ବୋଲର ମହମ୍ମଦ ଶାମୀଙ୍କ ସୁସ୍ଥ ହେବାକୁ ଅେଅପକ୍ଷା କରି ରହିଥିଲେ କ୍ରିକେଟପ୍ରେମୀ । ଏବେ ସେ ସମୟ ଖୁବ ପାଖେଇ ଆସିଛି ବୋଲି ଆଶା କରାଯାଉଛି । ଖୁବଶୀଘ୍ର ଶାମୀ ପୁଣିଥରେ ଭାରତୀୟ ଜର୍ସିରେ ମଇଦାନକୁ କମବ୍ୟାକ କରିପାରନ୍ତି । ଦିନିକିଆ ବିଶ୍ୱକପ ପରେ ସର୍ଜରୀ ଯୋଗୁଁ କ୍ରିକେଟରୁ ଦୂରେଇ ରହିଥିବା ଶାମୀ ଆହତ ସମସ୍ୟା ଯୋଗୁଁ ଆଇପିଏଲ-୨୦୨୪ ଏବଂ ଟି-୨୦ ବିଶ୍ବକପ ୨୦୨୪ରୁ ମଧ୍ୟ ବାଦ୍ ପଡ଼ଇଥିଲେ ଶାମୀ । କିନ୍ତୁ ଏବେ ଫିଟ୍ ହୋଇ ଦଳକୁ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ନେଟ୍ସରେ ବୋଲିଂ ଅଭ୍ୟାସ କରୁଥିବାର ଏଖ ଭିଡିଓ ନିଜ ଇନଷ୍ଟାଗ୍ରାମରେ ଅପଲୋଡ କରିଛନ୍ତି ଶାମୀ । ଟ୍ରେନିଙ୍ଗ ନେଟ୍ସରେ ବୋଲିଂ କରୁଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ସେ ସମ୍ପୂର୍ଣ୍ଣ ଲୟରେ ବୋଲିଂ କରିନାହାନ୍ତି । ତେବେ ଏହି ପୋଷ୍ଟରେ ଶାମୀ କ୍ୟାପ୍ସନରେ ଲେଖିଛନ୍ତି ଯେ, ଲାଟେଷ୍ଟ ସହ ତାଳମେଳ ମ୍ୟାଚ୍ କରିବା ସମୟରେ, ସର୍ବଶ୍ରେଷ୍ଠ ପାଇଁ ପରିଶ୍ରମ କରୁଛି ।’
View this post on Instagram
ତେବେ ଦିନିକିଆ ବିଶ୍ୱକପରେ ଶେଷ ଥର ପାଇଁ ଭାରତୀୟ ଜର୍ସିରେ ଖେଳିଥିଲେ ମହମ୍ମଦ ଶାମୀ । ଦମଦାର ବୋଲିଂ କରି ଏହି ଟୁର୍ଣ୍ଣାମେଣ୍ଟରେ ଶାମୀ ସର୍ବାଧିକ ୱିକେଟ(୨୪) ୱିକେଟ ହାସଲ କରିଥିଲେ । ଆହତ ସମସ୍ୟା ପରେ ମଧ୍ୟ ଶାମୀ ବିଶ୍ୱକପ ଖେଳିଥିବା ବେଳେ ଏହାପରେ ସେ ଦଳରୁ ବ୍ରେକ ନେଇ ନିଜ ସର୍ଜରୀ କରାଇଥିଲେ । ତେଣୁ ଆଇପିଏଲ ଏବଂ ଟି-୨୦ ବିଶ୍ୱକପ ଭଳି ବଡ଼ ଇଭେଣ୍ଟ ସହ ଅନ୍ୟ ଦ୍ୱିପାକ୍ଷିକ ସିରିଜରୁ ଶାମୀ ଦୂରେଇ ରହିଥିଲେ । ତେବେ ବର୍ତ୍ତମାନ ସେ ସୁସ୍ଥ ହେଉଥିବା ବେଳେ ଖୁବଶୀଘ୍ର ଭାରତୀୟ ଦଳରେ ସାମିଲ ହୋଇ କମବ୍ୟାକ କରିପାରନ୍ତି ବୋଲି ଆଶା କରାଯାଉଛି । ଆସନ୍ତା ସେପ୍ଟେମ୍ବରରେ ବାଂଲାଦେଶ ବିପକ୍ଷରେ ହେବାକୁ ଥିବା ଟେଷ୍ଟ ସିରିଜରେ ଶାମୀ ଟିମ ଇଣ୍ଡିଆକୁ ଫେରିବେ ବୋଲି କୁହାଯାଉଛି ।