fbpx

ଅଗଷ୍ଟରେ ଏହି ରାଶିମାନଙ୍କ ଉପରେ ପଡିବ ଶନିଙ୍କ କୋପ, ଭୁଲରେ ବି କରନ୍ତୁନି ଏଭଳି କାମ

ଓଡ଼ିଶା ଭାସ୍କର: ଶନି ଦେବଙ୍କ କ୍ରୋଧ ବିଷୟରେ ସମସ୍ତେ ଜାଣିଛନ୍ତି । ଭଗବାନ ଶିବ ମଧ୍ୟ ତାଙ୍କ କୋପରୁ ବର୍ତ୍ତିପାରିନଥିଲେ । ଏଥିପାଇଁ କୁହାଯାଏ ଯେ, ଶନିଦେବଙ୍କ କୋପରୁ ବଞ୍ଚବା ପାଇଁ ଉପାୟ ବାହାର କରିବା ଆବଶ୍ୟକ । ଅଗଷ୍ଟ ମାସରେ ଶନି କିଛି ରାଶିରେ କୋପ ଦୃଷ୍ଟି ପଡିବାକୁ ଯାଉଛି, ଆସନ୍ତୁ ଜାଣିବା କେଉଁ ରାଶିର ଲୋକେ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ।

ସିଂହ ରାଶି: ଏହି ରାଶିର ଲୋକେ ଅଗଷ୍ଟ ମାସରେ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ । ଏଥିରେ ପରିବାରରେ କିଛି ସମସ୍ୟା ଆସିପାରେ । ଜୀବନସାଥୀଙ୍କ ସହ ମଧ୍ୟ ମତଭେଦ ହୋଇପାରେ । ଏହି ସମସ୍ୟା ୨୧ ଅଗଷ୍ଟ ପରେ କିଛି ସ୍ଥିତି ପରିବର୍ତ୍ତନ ହେବ । ଶନି ଆପଣଙ୍କୁ ମାନସିକ ଚିନ୍ତା ଏବଂ ଭ୍ରମରେ ପକାଇପାରନ୍ତି ।

ମକର ରାଶି: ଏହି ରାଶିରେ ରାହୁଙ୍କ ପଞ୍ଚମ ଦୃଷ୍ଟି ମଧ୍ୟ ପଡୁଛି । ଯଦି ଆପଣ ନିଜ ପାର୍ଟନରଙ୍କୁ ଧୋକା ଦେଉଛନ୍ତି ଏବଂ ଅପମାନ କରୁଛନ୍ତି ତେବେ ଶନି ଦଣ୍ଡ ଦେବାରେ ବିଳମ୍ବ କରନ୍ତି ନାହିଁ । ସେହିପରି ଶନିଙ୍କ ସପ୍ତମ ଦୃଷ୍ଟି ଆପଣଙ୍କ ଉପରେ ରହିଛି, ଏଥିପାଇଁ ଜୀବନସାଥୀ ଏବଂ ବିଜନେସକୁ ଭଲଭାବେ ଦୃଷ୍ଟି ରଖନ୍ତୁ ।

କୁମ୍ଭ ରାଶି: ଅଗଷ୍ଟ ୨୦୨୪ ମାସ ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ଶନି ଆପଣଙ୍କ ଷଷ୍ଠ ଭାଗରେ ଷଡାଷ୍ଟକ ଦୋଷ ସୃଷ୍ଟି କରୁଛନ୍ତି । ଏଥିପାଇଁ ରାଗିବାଠାରୁ ନିଜକୁ ବଞ୍ଚଇବା ପାଇଁ ଦୂରରେ ରଖନ୍ତୁ । ଅଗଷ୍ଟରେ ଧନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ । ଲଭ ପାର୍ଟନରଙ୍କ ସମର୍ତନ ମିଳିବ ଏବଂ ଲାଇଫରେ ରୋମାନ୍ସ କମିବ ନାହିଁ । ଚାକିରି କରୁଥିବା ଲୋକଙ୍କ ସମୟ ପୁରା କରିବାରେ ସମସ୍ୟା ଦେଖାଦେଇପାରେ ।

Get real time updates directly on you device, subscribe now.