fbpx

ଜୁନରେ ଏହି ରାଶିମାନଙ୍କ ବିପଦ ବଢାଇବାକୁ ଆସୁଛନ୍ତି ଶନି ଦେବ

ଓଡ଼ିଶା ଭାସ୍କର: ଶନି ବକ୍ରିକୁ ଜ୍ୟେତିଷ ଶାସ୍ତ୍ରରେ ଗୁରୁତ୍ୱପୂର୍ଣ୍ଣ ଭାବେ ବିବେଚନା କରାଯାଏ । ଶନିଦେବ ପୁଣିଥରେ ବକ୍ରି ହେବାକୁ ଯାଉଛନ୍ତି । ପଞ୍ଚାଙ୍ଗ ଅନୁସାରେ ୨୯ ଜୁନ ୨୦୨୪ରେ ଶନି ବକ୍ରି ହେବାକୁ ଯାଉଛି । ଶନିଙ୍କ ବୀପରୀତ ଚାଲ କିଛି ରାଶିଙ୍କ ପାଇଁ କଷ୍ଟସାଧ୍ୟ ଭାବେ ପ୍ରମାଣିତ ହୋଇପାରେ ।

ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ, ୧୫ ନଭେମ୍ବର ୨୦୨୪ ପର୍ଯ୍ୟନ୍ତ ଶନି ବକ୍ରି ରହିବ । ୧୩୫ ଦିନ ପର୍ଯ୍ୟନ୍ତ ଶନିଙ୍କ ଓଲଟା ଚାଲ ରାଶିମାନଙ୍କ ସହ ଦେଶ-ଦୁନିଆରେ ପ୍ରଭାବ ଦେଖିବାକୁ ମିଳିବ ।

ଜ୍ୟେତିଷ ଗଣନା ଅନୁସାରେ ବର୍ତ୍ତମାନ ସମୟରେ ଶନି କୁମ୍ଭ ରାଶିରେ ଗୋଚର କରିବାକୁ ଯାଉଛନ୍ତି । କୁମ୍ଭ ରାଶିର ସ୍ୱାମୀ ଶନି ଦେବ । ନବଗ୍ରହରେ ଶନିଙ୍କ ବିଶେଷ ସ୍ଥାନ ରହିଛି ।

ମେଷ ରାଶି: ମେଷ ରାଶିରେ ଶନିଙ୍କ ଓଲଟା ଚାଲ ଚାଲିବ । ଏହି ସମୟରେ କୌଣସି ମଧ୍ୟ କାମକୁ କରିବା ସମୟରେ ସାବଧାନ ରୁହନ୍ତୁ । ଆପଣଙ୍କ କାମରେ ବିଘ୍ନ ଆସିବ । ଯେଉଁଥିରେ ଆପଣ ମାନସିକ ଚିନ୍ତାରେ ବିଚଳିତ ହୋଇପାରନ୍ତି । ଏହି ସମୟରେ ନିଜ ସ୍ୱାସ୍ଥ୍ୟକୁ ନେଇ ଅବହେଳା କରନ୍ତୁ ନାହିଁ ।

ବୃଷ ରାଶି: ଶନିଙ୍କ ବକ୍ରି ହେବାର ପ୍ରଭାବ ବୃଷ ରାଶି ଲୋକଙ୍କ ଉପରେ ପଡିବ । ଏହି ସମୟରେ ବୃଷ ରାଶିଲୋକଙ୍କୁ କ୍ଷତି ସହିବାକୁ ପଡିବ । ବିଜନେସ ଏବଂ କ୍ୟାରିୟର ପାଇଁ ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତିକୁ ଭାବି ଚିନ୍ତି ନିଅନ୍ତୁ । ଆପଣଙ୍କ ଭୁଲ ନିଷ୍ପତ୍ତି ଆପଣଙ୍କ ଉପରେ ଭାରି ପଡିପାରେ । କୋର୍ଟ-କଚେରୀ ମାମଲାରେ ଫସିପାରନ୍ତି ।

ମକର ରାଶି: ଏହି ସମୟରେ ମକର ରାଶି ଲୋକେ ସତର୍କ ରୁହନ୍ତୁ । ଆପଣଙ୍କ ସମସ୍ୟା ବଢିପାରେ । ଏହି ସମୟରେ ଆପଣଙ୍କ ସହ କିଛି ଅଶୁଭ ହୋଇପାରେ । ଟଙ୍କା ସମସ୍ୟା ଆପଣଙ୍କୁ ଚିନ୍ତାରେ ପକାଇପାରେ । ତେବେ ଏଥିପ୍ରତି ସାବଧାନ ରୁହନ୍ତୁ । ଆପଣଙ୍କ ଶତ୍ରୁ ଆପନଙ୍କ ବିରୋଧରେ ଛିଡା ହୋଇପାରନ୍ତି । ସ୍ୱାସ୍ଥ୍ୟ ଉପରେ ଅଧିକ ଧ୍ୟାନ ଦିଅନ୍ତୁ ।

କୁମ୍ଭ ରାଶି: ଶନି ନିଜ ରାଶିରେ ଓଲଟା ଚାଲ ଚଳାଇବେ । କୁମ୍ଭ ରାଶିର ଲୋକେ ଏହାର ନକରାତ୍ମକ ପରିଣାମ ଭୋଗିବାର ସମ୍ଭାବନା ରହିଛି । ଯଦି ଚାକିରି କରୁଛନ୍ତି ତେବେ ସତର୍କ ରୁହନ୍ତୁ । କାହାରି କଥାରେ ଭାସିଯାଆନ୍ତୁ ନାହିଁ । ଚିନ୍ତା ସମସ୍ୟା ଆପଣଙ୍କ ଉପରେ ପଡିପାରେ ।

Get real time updates directly on you device, subscribe now.