ଫେବୃଆରୀରେ ଅସ୍ତ ହେଉଛନ୍ତି ଶନି, ୪୦ ଦିନ ପର୍ଯ୍ୟନ୍ତ ଏହିସବୁ ରାଶିର ବ୍ୟକ୍ତିଙ୍କୁ ଦେବେ କଷ୍ଟ

ଶତ୍ରୁ ଗୃହରେ ପ୍ରବେଶ  କରିବେ ସୂର୍ଯ୍ୟ । ୪ ରାଶିର ବ୍ୟକ୍ତିଙ୍କୁ ଭୋଗିବାକୁ ପଡ଼ିବ ନା ନା ଯନ୍ତ୍ରଣା ।

ଓଡିଶା ଭାସ୍କର: ଶନି ଏମିତି ଏକ ଗ୍ରହ ଯେ, ସବୁଠାରୁ ଧୀରେ ସୁସ୍ଥେ ଚଳନ କରନ୍ତି । ଯେଉଁ କାରଣରୁ ଶନିଙ୍କ ସ୍ଥିତିରେ ଛୋଟିଆ ପରିବର୍ତ୍ତନ ମନୁଷ୍ୟ ଜୀବନରେ ବଡ଼ ପରିବର୍ତ୍ତନ କରିଥାଏ । ଶନି ଅଶୁଭ ସ୍ଥାନରେ ରହିଲେ, ଜୀବନକୁ ଓଲଟ ପାଲଟ କରିଦିଅନ୍ତି ।
ଫେବୃଆରୀରେ ଶନି ଅସ୍ତ ହେବାକୁ ଯାଉଛନ୍ତି । ଶନି ଅସ୍ତ ହେଲେ ତାଙ୍କ ପ୍ରଭାବ କ୍ଷୀଣ ହୋଇଯାଏ । ଏହାଛଡ଼ା କିଛି ରାଶିର ବ୍ୟକ୍ତିଙ୍କୁ ଏ କାରଣରୁ କଷ୍ଟ ସହିବାକୁ ପଡ଼ିଥାଏ । ୪୦ ଦିନ ପର୍ଯ୍ୟନ୍ତ ଅସ୍ତ ରହିବେ ଶନିଦେବ । ଆର୍ଥିକ ସ୍ଥିତି, ଶରୀର, ପରିବାର ଉପରେ ନକରାତ୍ମକ ପ୍ରଭାବ ପଡ଼ିବ । ଏହି ଲୋକମାନଙ୍କୁ ବହୁ ସତର୍କତାର ସହ ୪୦ ଦିନ ରହିବାକୁ ପଡ଼ିବ ।

କୌଣସି ଗ୍ରହ ସୂର୍ଯ୍ୟଙ୍କ ନିକଟତର ହେଲେ, ସୂର୍ଯ୍ୟଙ୍କ ପ୍ରଖର କିରଣ ପାଇଁ ସେ ଗ୍ରହ ଅସ୍ତ ହୋଇଯାଏ । ଶକ୍ତି କ୍ଷୀଣ ହେବା ଯୋଗୁ ଏହି ଗ୍ରହ ଅଶୁଭ ଫଳ ଦେବା ଆରମ୍ଭ କରେ । ୧୨ ଫେବୃଆରୀରେ ସୂର୍ଯ୍ୟ ଗୋଚର କରି କୁମ୍ଭ ରାଶିକୁ ଆସିବେ । ୧୪ ମାର୍ଚ୍ଚ ପର୍ଯ୍ୟନ୍ତ ସୂର୍ଯ୍ୟ କୁମ୍ଭ ରାଶିରେ ରହିବେ । ସୂର୍ଯ୍ୟ ଶନିଦେବଙ୍କ ନିକଟକୁ ଆସିବା ଯୋଗୁ ଶନି ୨୮ ଫେବୃଆରୀଠାରୁ ଏପ୍ରିଲ ୯ ପର୍ଯ୍ୟନ୍ତ ଅସ୍ତ ରହିବେ ।

ମେଷ: ଶନିଦେବ ଅସ୍ତ ହେବା ଯୋଗୁ ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ପାରିବାରିକ ସମ୍ପର୍କ ବିଗିଡିଯିବ । କହିବା ସମୟରେ ବହୁତ ସତର୍କତାର ସହ କଥା ହେବାକୁ ପଡ଼ିବ । ଭାବି ଚିନ୍ତି ନିବେଶ କରନ୍ତୁ, ନଚେତ୍ କ୍ଷତି ସହିବାକୁ ପଡ଼ିବ ।

କର୍କଟ: କର୍କଟ ରାଶିର ବ୍ୟକ୍ତିଙ୍କୁ ଶନି ପ୍ରତିକୂଳ ଫଳ ଦେବେ । ଏମାନଙ୍କ କ୍ୟାରିୟରରେ ସମସ୍ୟା ଦେଖାଯିବାର ଆଶଙ୍କା ରହିଛି । ଅଫିସ୍ ପଲିଟିକ୍ସର ଶିକାର ହୋଇପାରନ୍ତି । ଆର୍ଥିକ ହାନୀ ଭୋଗିବାକୁ ପଡ଼ିବ ।

ସିଂହ : ସିଂହ ରାଶିର ସ୍ୱାମୀ ସୂର୍ଯ୍ୟ । ସୂର୍ଯ୍ୟ ନିଜ ଶତ୍ରୁ ଶନିଙ୍କ ଗୃହକୁ ଚଳନ ହେବା କାରଣରୁ ସିଂହ ରାଶି ଉପରେ ଏହାର ନକରାତ୍ମକ ପ୍ରଭାବ ପଡ଼ିବ । ଧନହାନୀର ଯୋଗ ରହିଛି ।

ମକର: ମକର ରାଶିର ସ୍ୱାମୀ ଶନିଦେବ । ଶନିଙ୍କ ଅସ୍ତ ହେବା ମକର ରାଶିର ବ୍ୟକ୍ତିଙ୍କୁ କଷ୍ଟ ଦେବ । ଆର୍ଥାଭାବ ଦେଖାଦେବ । ଅନ୍ୟମାନେ ଆପଣଙ୍କ ଉପରେ ରୋସ ରଖିପାରନ୍ତି ।