fbpx

ବଢୁଛି ଭାରତ ବନାମ ଇଣ୍ଡିଆ ବିବାଦ, ଭାରତର ଫୁଲ ଫର୍ମ କ’ଣ କହିବା ସହ ବିରୋଧୀ ମେଣ୍ଟକୁ ନାମ ବଦଳାଇବାକୁ ପରାମର୍ଶ ଦେଲେ କଂଗ୍ରେସର ଏହି ନେତା

ନୂଆଦିଲ୍ଲୀ: ଭାରତ ଓ ଇଣ୍ଡିଆ ନାମକୁ ନେଇ ଜାରି ରହିଥିବା ତର୍କ ମଧ୍ୟରେ କଂଗ୍ରେସ ସାଂସଦ ଶଶି ଥରୁର ବିରୋଧୀ ମେଣ୍ଟକୁ ନୂଆ ନାମ ବାଛିବାକୁ ପରାମର୍ଶ ଦେଇଛନ୍ତି । ଏହି କ୍ରମରେ ସେ ଭାରତର  full form  କହିଛନ୍ତି । ଥରୁର କହିଛନ୍ତି ଏହାପରେ ଭାରତୀୟ ଜନତା ପାର୍ଟି  ନାମ ବଦଳାଇବାର ଖେଳ ବନ୍ଦ କରିଦେବ । ଅନୁମାନ କରାଯାଉଛି ସଂସଦ ୫ ଦିବସୀୟ ଅଧିବେଶନ ସମୟରେ ସମ୍ବିଧାନ ସଂଶୋଧନ ବିଲ୍ ଉପସ୍ଥାପନ କରିବ । କିନ୍ତୁ ଏ ପର୍ଯ୍ୟନ୍ତ ଅଧିବେଶନର ଏଜେଣ୍ଡାକୁ ନେଇ ସରକାର ଖୋଲି କରି କିଛି କହିନାହାନ୍ତି ।

ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଥରୁର ଲେଖିଛନ୍ତି , ଆମେ ନିଜକୁ   betterment, harmony  and responsible advancement for tomorrow  (bharat) ର ମିଳିତ ମେଣ୍ଟ କହିପାରିବା । ଏହାପରେ କ୍ଷମତାଧାରୀ ଦଳ ନାମ ବଦଳାଇବାର ଏହି ଖେଳ ବନ୍ଦ କରିଦେବ । ଏବେ ବିରୋଧୀଙ୍କ ମେଣ୍ଟର ନାମ ଇଣ୍ଡିଆନ ନ୍ୟାସନାଲ ଡେଭଲପମେଣ୍ଟାଲ ଇନକ୍ଲୁସିଭ୍ ଆଲାଏନ୍ସ (ଇଣ୍ଡିଆ) ରଖାଯାଇଛି ।
କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଏହାକୁ ନେଇ କଡା ବିରୋଧର ସ୍ୱର ଉଠାଇଛନ୍ତି । ସେ ଲେଖିଛନ୍ତି ଇଣ୍ଡିଆର ନାମକୁ ବଦଳାଇବାର ଖବର ସତ । ରାଷ୍ଟ୍ରପତି ଭବନ ସେପ୍ଟେମ୍ବର ୯ରେ ଜି୨୦ ଡିନର ଲାଗି ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ ପରିବର୍ତ୍ତେ ପ୍ରେସିଡେଣ୍ଟ ଅଫ୍ ଭାରତ ନାମରେ ଆମନ୍ତ୍ରଣ ପଠାଯାଇଛି । ଏବେ ସମ୍ବିଧାନର ଅନୁଚ୍ଛେଦକୁ ବିଶ୍ଲେଷଣ କଲେ ଭାରତ ଅର୍ଥାତ୍ ଇଣ୍ଡିଆ ରାଜ୍ୟର ସଂଘ ହେବ । ସେ ଆଗକୁ ଲେଖିଛନ୍ତି ଏବେ ରାଜ୍ୟର ସଂଘ ଉପରେ ବି ଆକ୍ରମଣ କରାଯାଉଛି ।

କଂଗ୍ରେସ ନେତା ପ୍ରମୋଦ ତିୱାରୀ କହିଛନ୍ତି, ‘ଇଣ୍ଡିଆ’ ଶବ୍ଦକୁ ନେଇ ସେ ଅସହିଷ୍ଣୁ ହୋଇ ପଡିଛନ୍ତି । ସେ ଏହାକୁ ବଦଳାଇବାକୁ ସମ୍ବିଧାନ ସଂଶୋଧନ ବି କରିପାରନ୍ତି । ସମ୍ବିଧାନରେ ଲେଖାଯାଇଛି ଇଣ୍ଡିଆ, ଦାଟ୍ ଇଜ୍ ଭାରତ… ବିଜେପି ମଧ୍ୟରେ ଥିବା ଭୟ ମୋଦୀଜୀଙ୍କ ଭୟକୁ ଦେଖାଉଛଇ । ସେ କହିଛନ୍ତି ଆପଣ ଇଣ୍ଡିଆ ଶବ୍ଦକୁ ପୃଥିବୀରୁ ହଟାଇ ପାରିବେ ନାହିଁ । ଆମକୁ ଆମର ଭାରତ ଓ ଇଣ୍ଡିଆ ଉପରେ ଗର୍ବ ରହିଛି ।
ଖବର ମିଳିଛି ଯେ, ଆଗାମୀ ଜି୨୦ ସମ୍ମିଳନୀକୁ ନେଇ ରାଜଭବନରେ ରାତ୍ରୀ ଭୋଜନର ଆୟୋଜନ କରାଯାଇଛି । ଏହି ଆମନ୍ତ୍ରଣରେ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ ବଦଳରେ ପ୍ରେସିଡେଣ୍ଟ ଅଫ ଭାରତ ଲେଖାଯାଇ ସମ୍ବୋଧନ କରାଯାଇଛି । ଏହାପରେ ବ୍ରିକ୍ସ ସମ୍ମିଳନୀ ସହ ଜଡିତ ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଛି ଯେଉଁଠାରେ ପ୍ରାଇମିନିଷ୍ଟର ଅଫ୍ ଭାରତ ଲେଖାଯାଇଛି ।

Get real time updates directly on you device, subscribe now.