fbpx

(Video) She is my ex lover… ପରୀକ୍ଷା ଖାତାରେ ‘Heart’କୁ ଏମିତି ବର୍ଣ୍ଣନା କଲେ ଛାତ୍ର

ଓଡ଼ିଶା ଭାସ୍କର: ପରୀକ୍ଷାରେ ବସିଲେ ଅନେକ ପିଲା ନର୍ଭସ ହୋଇ ଭୁଲ ଉତ୍ତର ଲେଖି ଦେଇଥାନ୍ତି । କିନ୍ତୁ ଜଣେ ଛାତ୍ର ଏମିତି ଉତ୍ତର ଲେଖିଛନ୍ତି, ଯାହାକୁ ଦେଖି ଶିକ୍ଷକ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ‘ହାର୍ଟ’ ଉପରେ ପ୍ରଶ୍ନ ଆସିଥିବା ବେଳେ ଏହାକୁ ଏକ ଭିନ୍ନ ଢଙ୍ଗରେ ବର୍ଣ୍ଣନା କରିଛନ୍ତି ଏହି ଛାତ୍ର । ହୃଦୟର ଏକ ଡାଇଗ୍ରାମ କରି ଏହାକୁ ୫ ଭାଗ କରିବା ସହିତ ୫ ଜଣ ଝିଅଙ୍କ ନାମ ଲେକିଛନ୍ତି ଏହି ଛାତ୍ର । ହରିତା, ରୂପା, ନମିତା, ପୂଜା ଏବଂ ପ୍ରିୟା ନାମରେ ୫ ଜଣ ଝିଅଙ୍କ ପ୍ରତି ଥିବା ତାଙ୍କ ହୃଦୟର କତାକୁ ସେ ପରୀକ୍ଷା ଖାତାରେ ଲେଖିଦେଇଛନ୍ତି ।

ପରୀକ୍ଷାରେ ପ୍ରଶ୍ନ ଆସିଥିଲା ହୃଦୟର ଚିତ୍ର ଆଙ୍କି ଏହାର କାର୍ଯ୍ୟକୁ ବର୍ଣ୍ଣନା କର । ଉତ୍ତରରେ ଏହି ଛାତ୍ର ଜଣକ ‘ହାର୍ଟ’ର ଏକ ସୁନ୍ଦର ଡାଇଗ୍ରାମ କରିବା ସହିତ ଏହାର ୫ ଭାଗ କରି ୫ ଜଣ ଝିଅଙ୍କୁ ଡେଡିକେଟ କରିଛନ୍ତି । ପ୍ରିୟା ରୂପା, ନମିତା, ପୂଜା ଏବଂ ହରିତା ନାମରେ ୫ ଜଣ ଝିଅଙ୍କୁ ତାଙ୍କ ହୃଦୟର ଏହି ଡାଇଗ୍ରାମରେ ସେ ସ୍ଥାନ ଦେଇଛନ୍ତି । ଏହାପରେ ‘ହୃଦୟର କାର୍ଯ୍ୟ’ ବିଷୟରେ ଲେଖିବା ପାଇଁ ପ୍ରଶ୍ନରେ କୁହାଯାଇଥିବା ବେଳେ ସେ କିଛି ଏମିତି ଲେଖିଛନ୍ତି, ଯାହାକୁ ଦେଖି ଯେ କେହି ବି ହସି ହସି ବେଦମ୍ ହୋଇଯିବ ।

ହୃଦୟର କାର୍ଯ୍ୟ ବିଷୟରେ ଲେଖି ସେ ପ୍ରଥମେ ପ୍ରିୟା ନାମ୍ନି ଝିଅଙ୍କ ପାଖରୁ ଆରମ୍ଭ କରିଛନ୍ତି । ହୃଦୟର ପ୍ରଥମ ଭାଗ ପ୍ରିୟା ବିଷୟରେ ସେ ଲେଖିଛନ୍ତି ଯେ, ସେ ମୋ ସହ ସବୁବେଳେ ଇନଷ୍ଟାଗ୍ରାମରେ ଚାଟିଙ୍ଗ କରିଥାଏ । ମୁଁ ତାଙ୍କୁ ପସନ୍ଦ କରେ ।

ଦ୍ୱିତୀୟରେ ରୂପା ବିଷୟରେ ସେ ଲେଖିଛନ୍ତି ଯେ, ସେ ମୋ ସହ ସ୍ନାପଚାଟ୍ ରେ ଚାଟିଙ୍ଗ କରେ, ସେ ଖୁବ ସୁନ୍ଦର ଏବଂ କ୍ୟୁଟ ବୋଲି ପରୀକ୍ଷା କାତାରେ ଲେଖିଛନ୍ତି ଛାତ୍ର ।

ଏହାପରେ ନମିତା ବିଷୟରେ ସେ ଲେଖିଛନ୍ତି: ମୋ’ ପଡ଼ୋଶୀଙ୍କ ଝିଅ… ତାଙ୍କ ଲମ୍ବା କେଶ ଏବଂ ବଡ଼ ଆଖି ଅଛି । ଏହା ପାଖରେ ସେ ଆଖିର ଏକ ଚିତ୍ର ମଧ୍ୟ କରିଛନ୍ତି ।

ପୂଜା ପାଇଁ ସେ ଲେଖିଛନ୍ତି ଯେ, ସେ ମୋ ଏକ୍ସ ଲଭର… ମୁଁ ତାଙ୍କୁ ଭୁଲି ପାରିବି ନାହିଁ । ଏହା ପାଖରେ ଏକ ଦୁଃଖ(sad) ଚିତ୍ର କରିଛନ୍ତି

ଶେଷରେ ହରିତା ତାଙ୍କ ସହପାଠିନୀ ବୋଲି ଲେଖିଛନ୍ତି । ତେବେ ଶିକ୍ଷକ ଏହି ଖାତା ଦେଖିବା ପରେ ଏଥିରେ ଛକି ମାରି ୧୦ ମାର୍କରୁ ୦ ଦେଇଥିବା ଦେଖିବାକୁ ମିଳିଛି । ଏହାସହିତ ତାଙ୍କ ଅଭିଭାବକଙ୍କୁ ଡକାଇବା ପାଇଁ ଏଥିରେ ପରାମର୍ଶ ଦିଆଯାଇଛି । ଏହାର ଏକ ଫଯୋ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଅନେକ ଲୋକ ଏହାର ମଜା ନେଉଛନ୍ତି ।

Get real time updates directly on you device, subscribe now.