fbpx

(Video) ପାଦରେ ଉଠାଇଲେ, ମୁହଁରେ ଟାଣିଲେ ତୀର, ବିନା ହାତରେ ଅର୍ଜୁନଙ୍କ ଭଳି ଲକ୍ଷ୍ୟ ଭେଦ କଲେ ଶୀତଲ ଦେବୀ, ଭିଡିଓ ଦେଖିଲେ ଟାଙ୍କୁରୀ ଉଠିବ ଲୋମ

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ଭାରତର ହାତ ନଥିବା ତୀରନ୍ଦାଜ ଶୀତଲ ଦେବୀ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରିଛନ୍ତି। ସେ ଓମେନ ଇଣ୍ଡିଭିଜୁଆଲ କମ୍ପାଉଣ୍ଡ ଓପନର ରାଙ୍କିଙ୍ଗରେ ଭଲ ଖେଳି ୨ୟ ସ୍ଥାନରେ ଅଧିକାର କରିଛନ୍ତି। ହେଲେ ଆପଣ କେବେ ଭାବିଛନ୍ତି କି, ବିନା ହାତରେ ଶୀତଲ ଦେବୀ କିପରି ସଠିକ ଲକ୍ଷ୍ୟ ପୂରା ଅର୍ଜୁନଙ୍କ ଭଳି କରୁଛନ୍ତି? ତେବେ ଆସନ୍ତୁ ଦେଖିବା ଶୀତଲ ଦେବୀଙ୍କ ଲୋମ ଟାଙ୍କୁରୀ ଉଠିବା ଭଳି ଦୃଶ୍ୟ।

ଶୀତଲ ଦେବୀଙ୍କ ତୀରନ୍ଦାଜ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେଉଛି। ଏହି ଭିଡିଓରେ ଆପଣ ଦେଖିପାରିବେ ଯେ, କିପରି ବିନା ହାତରେ ପ୍ରଥମେ ପାଦରେ ତୀର ଉଠାଇ ଧନୁରେ ଲଗାଇଲେ। ପରେ କାନ୍ଧର ସାହାରା ନେଇ ତୀର ଟାଣୁଛନ୍ତି ଏବଂ ଲକ୍ଷ୍ୟ ସାଧନ କରୁଛନ୍ତି। ପାଦରେ ତୀରନ୍ଦାଜ କରୁଥିବା ଶୀତଲ ଦେବୀ ସଠିକ ଲକ୍ଷ୍ୟ ଲଗାଇଛନ୍ତି।

ଶୀତଲଙ୍କ ଜନ୍ମ ବିନା ହାତରେ ହିଁ ହୋଇଥିଲା। ସେ ଏକ ଫୋକୋମେଲିୟା ନାମକ ରୋଗ ସହ ଜନ୍ମ ହୋଇଥିଲେ। ଏହି ରୋଗରେ କାହାର ବିକାଶ ହୋଇନଥାଏ। ଶୀତଲଙ୍କ ସହ ମଧ୍ୟ ଏପରି ହୋଇଛି। ତାଙ୍କର ଦୁଇ ହାତର ବିକାଶ ହୋଇପାରିନଥିଲା।

ହେଲେ ଏପରି ରୋଗ ହେବା ପରେ ମଧ୍ୟ ଶୀତଲଙ୍କ ମନୋବଳ ଦୃଢ ଥିଲା ଏବଂ ସେ ତୀରନ୍ଦାଜ କରିବାର ନିଷ୍ପତ୍ତି ନେଇଥିଲେ। ହାତରେ ଖେଳାଯିବା ଖେଳ ଶିତଲ ପାଦରେ ଖେଳି ସାରା ଦୁନିଆକୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ବର୍ତ୍ତମାନ ସେ ପ୍ୟାରିସ ପାରାମ୍ପିକ୍ସରେ ଜଲୱା ଦେଖାଇଛନ୍ତି, ଦେଖନ୍ତୁ ଭିଡିଓ..

Get real time updates directly on you device, subscribe now.