ହାତ ନଥିଲେ ବି ତୀରନ୍ଦାଜ, ଜିତିଲେ ସ୍ବର୍ଣ୍ଣ ପଦକ, ସାଜିଲେ ନମ୍ବର 1, ଭାରତକୁ କଲେ ବିଶ୍ବବିଜେତା…

ଭାରତକୁ ବଡ଼ ସଫଳତା, ମିଳିଲା 3ଟି ପଦକ..

ନୂଆଦିଲ୍ଲୀ : ବିଶ୍ବ ବିଜେତା ସାଜିଲା ଭାରତ। ବିଶ୍ବ ପାରା ଆଥଲେଟ ଚାମ୍ପିଅନସିପରେ ଭାରତ ପାଇଁ ସୁନାମ ଆଣିଲେ ଶୀତଲ ଦେବୀ । ହାତ ନୁହେଁ ଗୋଡ଼ ଓ ପାଟିରେ ତୀରନ୍ଦାଜି କରି ତୁର୍କି ଖେଳାଳୀଙ୍କୁ ହରାଇ ଆଣିଲେ ସ୍ବଣ୍ଣର୍ପଦକ।

ବିଶ୍ୱ ପାରା ଆଥଲେଟିକ୍ସ ଚାମ୍ପିଅନସିପ୍ 2025 ପ୍ରଥମ ଥର ପାଇଁ ଭାରତରେ ଆୟୋଜନ କରାଯାଇଛି। ଏହା ସେପ୍ଟେମ୍ବର 27 ତାରିଖରୁ ଆସନ୍ତା ମାସ 5 ତାରିଖ ଯାଏଁ ଚାଲିବ । ଏହି ଇଭେଣ୍ଟରେ ଗତକାଲି ଭାରତୀୟ ଖେଳାଳି 3ଟି ପଦକ ଜିତିଛନ୍ତି ।

ଭାରତର ଶୀତଲ ଦେବୀ ତୀରନ୍ଦାଜି ପ୍ରତିଯୋଗିତାରେ ବିଶ୍ୱ ଚାମ୍ପିଅନ ହୋଇଛନ୍ତି। 18 ବର୍ଷୀୟା ଶୀତଲ ସ୍ୱର୍ଣ୍ଣ ଜିତି ଇତିହାସ ରଚିବା ସହ ବିଶ୍ବ ସ୍ତରରେ ଭାରତ ପାଇଁ ଗୌରବ ଆଣିଛନ୍ତି ।

ସୂଚନାଯୋଗ୍ୟ ଯେ, ଏହା ତାଙ୍କର ତୃତୀୟ ପଦକ ଅଟେ। ସେ ପୂର୍ବରୁ ଟୋମାନ କୁମାରଙ୍କ ସହ ମିଶି କମ୍ପାଉଣ୍ଡ ଇଭେଣ୍ଟରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଏହି ଭାରତୀୟ ଯୋଡ଼ି ଗ୍ରେଟ୍ ବ୍ରିଟେନର ଜୋଡି ଗ୍ରୀନହାମ ଏବଂ ନାଥନ ମ୍ୟାକକୁଇନଙ୍କୁ 152-149ରେ ପରାସ୍ତ କରିଥିଲେ।

ଆଉ ଏକ ପ୍ରଭାବଶାଳୀ ପ୍ରଦର୍ଶନରେ, ଶୀତଲ ଏବଂ ସରିତା ଫାଇନାଲରେ ତୁର୍କୀଠାରୁ ପରାସ୍ତ ହେବା ପରେ ମିଶ୍ରିତ ମହିଳା ଓପନ୍ ଦଳ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିଲେ।

ଶେଷରେ ଶୀତଲ ଦେବୀ, ବିଶ୍ବରେ ନମ୍ବର-1ରେ ଥିବା, ତୁର୍କୀର ଓଜନୁର କ୍ୟୁର ଗିର୍ଡିଙ୍କୁ 146-143 ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।

ଫାଇନାଲ ରାଉଣ୍ଡର ଯାତ୍ରା: ଦୁଇ ପ୍ରତିଦ୍ବନ୍ଦୀଙ୍କ ଭିତରେ କଡା ଟକ୍କର ହୋଇଥିଲା । ଶୀତଲ ଶେଷ ପର୍ଯ୍ୟନ୍ତ ହାର ମାନି ନଥିଲେ ଓ ପ୍ରତି ରାଉଣ୍ଡରେ ଭଲ ପ୍ରଦର୍ସଶନ କରିଥିଲେ । ପ୍ରଥମ ରାଉଣ୍ଡରେ ଦୁଇ ଖେଳାଳି ସମାନ ସ୍କୋର କରିଥିଲେ ।

ଦ୍ବିତୀୟ ରାଉଣ୍ଡରେ ମଧ୍ୟ ଦୁଇ ଜଣ ସମାନ ସ୍କୋର କରିଥିଲେ ହେଁ ଚତୁର୍ଥ ରାଉଣ୍ଡରେ ଶୀତଲ ଦେବୀ ଗୋଟିଏ ପଏଁଣ୍ଟରେ ପଛରେ ରହିଥିଲେ । ମାତ୍ର ଶେଷ ରାଉଣ୍ଡରେ,ଶୀତଲ ତିନୋଟି ସଠିକ୍ ସଟ୍ ସହିତ 30 ପଏଣ୍ଟ ସ୍କୋର କରି ସ୍ୱର୍ଣ୍ଣ ପଦକ ଜିତିଥିଲେ।