fbpx

ପ୍ରଧାନମନ୍ତ୍ରୀ ହେଉ ହେଉ ଭାରତ ବିରୋଧରେ ବିଷ ଓଗାଳିିଲେ ଶେହୱାଜ, ପ୍ରଥମ ସମ୍ବୋଧନରେ ଉଠାଇଲେ କାଶ୍ମୀର ପ୍ରସଙ୍ଗ

Advertisement

ଇସଲାମବାଦ: ପାକିସ୍ତାନରେ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରୁ କରୁ ଶେହୱାଜ ସରିଫ ନିଜର ରଙ୍ଗ ଦେଖାଇବା ଆରମ୍ଭ କରି ଦେଲେଣି । ଦାୟିତ୍ୱ ଗ୍ରହଣ କରିବା ପରେ ସେ ଭାରତ ବିରୋଧରେ ମନ୍ତବ୍ୟ ଦେବା ଆରମ୍ଭ କରି ଦେଇଛନ୍ତି । ସେ ନିଜର ପ୍ରଥମ ସମ୍ବୋଧନରେ କାଶ୍ମୀରକୁ ନେଇ ଭାରତ ଉପରେ ବିଷ ଓଗାଳିଛନ୍ତି । ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ସେ ନିଜର ପ୍ରଥମ ସମ୍ବୋଧନରେ କାଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି ଓ ଏହାର ତୁଳନା ପାଲେଷ୍ଟାଇନ୍ ସହ କରିଛନ୍ତି । ସେ ନିଜର ସମ୍ବୋଧନରେ କାଶ୍ମୀର ଓ ପଲେଷ୍ଟାନୀୟଙ୍କ ଲାଗି ସ୍ୱାଧୀନତା ଦାବୀ କରିଛନ୍ତି । କିନ୍ତୁ ଇସ୍ରାଏଲ ଓ ହମାସ ଯୁଦ୍ଧରେ ମୃତାହତ ଲୋକଙ୍କ ବିଷୟରେ ଶେହୱାଜ କିଛି ବି କହିନାହାନ୍ତି ।

ଶେହୱାଜ ଗାଜା ଓ କାଶ୍ମୀର ସ୍ଥିତିକୁ ନେଇ ସାରା ବିଶ୍ୱ ମୁହଁ ଖୋଲୁବୋଲି କହିଛନ୍ତି । ସେ କହିଛନ୍ତି ପାକିସ୍ତାନ ସଂସଦରେ କାଶ୍ମୀର ଓ ପାଲେଷ୍ଟାଇନର ସ୍ୱାଧୀନତାକୁ ନେଇ ଏକ ପ୍ରସ୍ତାବ ପାରିତ ହେବା ଉଚିତ । ତେବେ ପ୍ରଧାନମନ୍ତ୍ରୀ ହେବା ପରେ ସେ ଭାରତ ଓ ଆଫଗାନିସ୍ଥାନ ସହ ସଂପର୍କ ବିଷୟରେ କିଛି ବି କହି ନାହାନ୍ତି ।

Get real time updates directly on you device, subscribe now.