fbpx

ଏଣିକି SHGଙ୍କୁ ବିନା ଗ୍ୟାରେଣ୍ଟିରେ ଦିଆଯିବ ୨୦ ଲକ୍ଷ Loan, RBIର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ: ଏଣିକି ସେଲ୍ଫ ହେଲପ୍ ଗ୍ରୁପ (ଏସଏଚଜି)ଙ୍କୁ ୨୦ ଲକ୍ଷ ପର୍ଯ୍ୟନ୍ତ ବିନା ଗ୍ୟାରେଣ୍ଟିରେ ଲୋନ୍ ପ୍ରଦାନ କରାଯିବ । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଏନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା (ଡେ)- ରାଷ୍ଟ୍ରୀୟ ଗ୍ରାମୀଣ ଆଜୀବିକା ମିଶନ (ଏନଆରଏଲଏମ) ଅଧୀନରେ ଗ୍ରୁପମାନଙ୍କୁ ଏହି ଲୋନ୍ ପ୍ରଦାନ କରାଯିବ । ପୂର୍ବରୁ ଏହି ରାଶି ୧୦ ଲକ୍ଷ ରହିଥିବା ବେଳେ ବର୍ତ୍ତମାନ ତାହା ୨୦ ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ଜଣାପଡ଼ିଛି ।

ଆରବିଆଇ ପକ୍ଷରୁ କୁହାଯାଇଛି ଯେ, ଗରିବଙ୍କୁ ପ୍ରୋତ୍ସାହନ ଯୋଗାଇବା ନିମନ୍ତେ ଡେ-ଏନଆରଏଲଏମ ହେଉଛି ଭାରତ ସରକାର ସରକାରଙ୍କର ଏକ ପ୍ରମୁଖ ଯୋଜନା । ଏହି ଯୋଜନା ମାଧ୍ୟମରେ ଏହି ଅନୁଷ୍ଠାନଗୁଡ଼ିକ ବ୍ୟାପକ ଆର୍ଥିକ ସେବା ପାଇବା ସହ ଜୀବିକା ନିର୍ବାହ କରିପାରିବେ । ୨୦ ଲକ୍ଷ ପର୍ଯ୍ୟନ୍ତ ଲୋନ ପାଇଁ କୌଣସି ପ୍ରକାର ଗ୍ୟାରେଣ୍ଟିର ଆବଶ୍ୟକତା ନାହିଁ । ଏହାଛଡ଼ା ଏସଏଚଜିଙ୍କୁ ଲୋନ୍ ମିଳିବା ସମୟରେ କୌଣସି ପ୍ରକାର ଅର୍ଥ ଜମା କରିବାକୁ ପଡ଼ିବ ନାହିଁ ।

Get real time updates directly on you device, subscribe now.