fbpx

୨୪ ଘଣ୍ଟାରେ ୪୫ ପ୍ରତିଶତ ବଢିଲା କ୍ରିପଟୋକରେନ୍ସି SHIB; ଜାଣନ୍ତୁ କାହିଁକି ବଢୁଛି ଏହାର ମୂଲ୍ୟ

ନୂଆଦିଲ୍ଳୀ: କ୍ରିପଟୋ କରେନ୍ସି ଶିବ(ଶିବ ଆଇଏନୟୁ)ର ମୂଲ୍ୟ ମାତ୍ର ୨୪ ଘଣ୍ଟାରେ ୪୫ ପ୍ରତିଶତ ବଢିଛି । ମଙ୍ଗଳବାର ଏହି କ୍ରିପଟୋ କରେନ୍ସି ମୂଲ୍ୟରେ ୪୯ ପ୍ରତିଶତ ଅଭିବୃଦ୍ଧି ଘଟିବା ସହିତ ଏହାର ମୂଲ୍ୟ ୦.୦୦୦୦୧୨୬୪ରେ ଟ୍ରେଡ କରୁଛି । ଏହି କ୍ରିପଟୋ କରେନ୍ସିର ବଜାର କ୍ୟାପିଟାଲ ବର୍ତ୍ତମାନ ୪୯୮୭୧୬୩୯୭୨ ଡଲାର ରହିଛି । ଅନ୍ୟ ସମସ୍ତ କ୍ରିପଟୋ କରେନ୍ସି ଗୁଡିକର ମୂଲ୍ୟ ହ୍ରାସ ଘଟୁଥିବା ବେଳେ ଶିବର ମୂଲ୍ୟ କିନ୍ତୁ ବଢିବାରେ ଲାଗିଛି । ଏହି ଟୋକନର ନିର୍ମାତା ଡୋଜ କଏନରୁ ପ୍ରଭାବିତ ହୋଇ ଏହାର ନିର୍ମାଣ କରିଥିଲେ । ପ୍ରାରମ୍ଭିକ ଭାବରେ ଏକ ଜୋକ ଭାବରେ ଏହା ଆରମ୍ଭ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଏହା ନିବେଶକଙ୍କୁ ଆକୃଷ୍ଟ କରିଥିଲା । ଇଆରସି-୨୦ ଶ୍ରେଣୀର ଏହି ଟୋକନଟି ଏଥେରିୟମ ନେଟୱର୍କରେ କାମ କରିଥାଏ । ଏହାକୁ ଡୋଜକଏନ କିଲର ଭାବରେ ମଧ୍ୟ ନାମିତ କରାଯଇଛି । ରେଡିଟ୍ ଏବଂ ଟ୍ୱିଟ୍ଟରରେ ନିଜର କଏନ ପ୍ରମୋଶନ କରୁଥିବା କମ୍ୟୁନିଟି ମଧ୍ୟ ଶିବା ପ୍ରତି ସମର୍ଥନ ଜାହିର କରିଛନ୍ତି ।

କାହିଁକି ବଢିଲା ମୂଲ୍ୟ:

କ୍ରିପଟୋକରେନ୍ସିର ମୂଲ୍ୟ ସର୍ବଦା ଅସ୍ଥିର ରହିଥାଏ । ବିନା କାରଣରେ ଏହା ବଢୁଥିବା ବେଳେ ବିନା କାରଣରେ ଏହା ହ୍ରାସ ମଧ୍ୟ ପାଇଥାଏ । ତେବେ ଏହି କ୍ରିପଟୋକରେନ୍ସିର ମୂଲ୍ୟ ବୃଦ୍ଧି ପାଇଁ ଟେସଲା ସିଇଓ ଓ ଡୋଜ କଏନ ନିବେଶକ ଏଲନ ମସ୍କ ଦାୟୀ । ପ୍ରଥମ ଥର ପାଇଁ ମସ୍କ ନିଜ ପୋଷା କୁକୁରର ଫଟୋ ଟ୍ୱିଟ କରିଥିବା ବେଳେ ଶିବର ମୂଲ୍ୟ ଆକାଶ ଛୁଇଁଥିଲା । ସୋମବାର ମସ୍କ ସମାନ ପୋଷା କୁକୁର ଫ୍ଲୋକିର ଫଟୋ ଶେୟାର କରିବା ପରେ ଏହି ଶେୟାର ମୂଲ୍ୟରେ ଅଚାନକ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି ।

ଡୋଜକଏନର ନିବେଶକ ଏଲନ ମସ୍କ ଏଥିରୁ ଧ୍ୟାନ ହଟାଇବା ପରେ ଏହି ଶେୟାର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି । ଶିବ ପାଇଁ ନିବେଶକଙ୍କ ଆଗ୍ରହ ବୃଦ୍ଧି କାରଣରୁ ମଧ୍ୟ ଡୋଜ କଏନର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି । ତେବେ ମସ୍କଙ୍କ ଏହି ପୋଷ୍ଟ ଏବଂ କୁକୁର ବର୍ତ୍ତମାନ ଇଣ୍ଟରନେଟର ପ୍ରିୟ ପାଲଟିଛି । ତେବେ ଏମିତି ଅଚାନକ ମୂଲ୍ୟ ବୃଦ୍ଧି କାରଣରୁ ଏହି କ୍ରିପଟୋକରେନ୍ସିରେ ନିବେଶ କରିବା ବିପଜ୍ଜନକ ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି ।

Get real time updates directly on you device, subscribe now.