fbpx

ଫସିଲେ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ; ସିଜେଏମ୍ କୋର୍ଟରେ ମାମଲା

ମୁମ୍ବାଇ: ପୁଣି ଥରେ ଅସୁବିଧାରେ ପଡ଼ିଛନ୍ତି ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ। ମୁଜାଫରପୁର ସିଜେଏମ୍ କୋର୍ଟରେ ତାଙ୍କ ବିରୋଧରେ ଅଭିଯୋଗ ହୋଇଛି। ୪ ଜଣଙ୍କ ବିରୋଧରେ ଏହି ଅଭିଯୋଗ ହୋଇଛି। ଏହି ମାମଲାର ଶୁଣାଣି ନଭେମ୍ବର ୧୧, ୨୦୨୪ରେ ହେବ। ସାଧାରଣ ଲୋକଙ୍କ ସୁବିଧାରେ ବାଧା ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି।

ରବିବାର ସନ୍ଧ୍ୟାରେ ଶିଳ୍ପା ସେଟ୍ଟୀ କଲ୍ୟାଣ ଜୁଏଲାରୀର ଉଦ୍ ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କଲାମ ବାଗ ଛକ ନିକଟରେ ଏହି ଘଟଣା ଘଟିଥିଲା। ଯେଉଁଠି ଶିଳ୍ପା ସେଟ୍ଟୀ ଅତିଥି ଭାବେ ପହଞ୍ଚିଥିଲେ। ଏଭଳି ସ୍ଥିତିରେ ରାସ୍ତାର ଉଭୟ ପାର୍ଶ୍ୱରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଫଳରେ ସାଧାରଣ ଲୋକଙ୍କୁ ପ୍ରବଳ ଜାମ୍ ର ସମ୍ମୁଖୀନ ହେବାକୁ ପଡ଼ିଥିଲା।

ଅଭିଯୋଗ କରିଥିବା ଆଇନଜୀବୀ ସୁଧୀର କୁମାର ଓଝା କହିଛନ୍ତି, ଏଭଳି ଏକ ବ୍ୟକ୍ତିଗତ କାର୍ଯ୍ୟକ୍ରମ ଯୋଗୁଁ ରାସ୍ତାରେ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ୍ ଜାମ୍ ହେଉଥିଲା। ସାଧାରଣ ଲୋକଙ୍କୁ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଡିଏମ୍ ସୁବ୍ରତ ସେନ୍, କଲ୍ୟାଣ ଜୁଏଲର୍ସର ଟିଏମ୍ କଲ୍ୟାଣ ରମଣ ଓ ଅନ୍ୟମାନଙ୍କ ବିରୋଧରେ ଏହି ଅଭିଯୋଗ ହୋଇଛି। ଏହି ମାମଲାର ଶୁଣାଣି ନଭେମ୍ବର ୧୧ରେ ହେବ।

ଚଳିତ ବର୍ଷ ଜୁନ୍ ମାସରେ ଶିଳ୍ପା ସେଟ୍ଟୀ ଏବଂ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଏକ କେସ୍ ରେ ଫସି ରହିଥିବା ଦେଖିବାକୁ ମିଳିଥିଲା। ଠକେଇ ଅଭିଯୋଗ ଆଣି ସୁନା ବ୍ୟବସାୟୀ କୋର୍ଟରେ ମାମଲା ଦାୟର କରିଥିଲେ। ଏହାପରେ କୋର୍ଟ ତାଙ୍କ ନିର୍ଦ୍ଦେଶରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲା ଏକ ଯୋଜନା ଆରମ୍ଭ ସହିତ ଜଡିତ ଥିଲା ।

 

Get real time updates directly on you device, subscribe now.