fbpx

ଲାଗୁ ହେଲା ଡ୍ରେସ୍ କୋର୍ଡ: ମିନି ସ୍କର୍ଟ, ହାପ୍ ପ୍ୟାଣ୍ଟ ଓ ଫ୍ରକ୍ ପିନ୍ଧି ଆସିପାରିବେନି ମନ୍ଦିର

ନୂଆଦିଲ୍ଲୀ:ହିମାଚଳ ପ୍ରଦେଶର ସିମଲାରେ ଥିବା ପ୍ରାଚୀନ ଜୈନ ମନ୍ଦିରରେ ଲାଗୁ ହେଲା ଡ୍ରେସ୍ କୋର୍ଡ । ମନ୍ଦିର ପ୍ରଶାସନ ଏ ସମ୍ବନ୍ଧରେ ମନ୍ଦିର ବାହାରେ ଏକ ନୋଟିସ୍ ଲଗାଇ ଦେଇଛି । ଏଥିରେ କୁହାଯାଇଛି ଯେ, ଛୋଟ ଡ୍ରେସ୍ ପିନ୍ଧି ଆସୁଥବା ବ୍ୟକ୍ତିଙ୍କୁ ମନ୍ଦିରରେ ପ୍ରବେଶ ଅନୁମତି ଦିଆଯିବ ନାହିଁ ।

ହିମାଚଳ ପ୍ରଦେଶ ସ୍ଥିତ ଜୈନ ମନ୍ଦିରରେ ଏହି ଡ୍ରେସ୍ କୋର୍ଡ ଲାଗୁ କରାଯାଇଛି । ଛୋଟ ଡ୍ରେସ୍ ପିନ୍ଧି ଆସୁଥିବା ଲୋକଙ୍କୁ ଏଠାରେ ପ୍ରବେଶ ଅନୁମତି ଦିଆଯିବ ନାହିଁ । ଏହି ମନ୍ଦିର ୧୦୦ ବର୍ଷ ପୁରୁଣା । ମନ୍ଦିର ଅଧିକାରୀ ଅନୁଶାସନ, ମର୍ଯ୍ୟାଦା ଓ ସଂସ୍କୃତିର ମୂଲ୍ୟବୋଧ ବଜାୟ ରଖିବା ଲାଗି ଏହି ନିର୍ଣ୍ଣୟ ନେଇଛନ୍ତି ।

ଏହି ମନ୍ଦିର ଶ୍ରୀ ଦିଗମ୍ବର ଜୈନ ସଭା ଦ୍ୱାରା ପରିଚାଳିତ ହେଉଛି ଓ ଏହା ଜୈନ ସମୁଦାୟ ଲୋକମାନଙ୍କର ସବୁଠାରୁ ପ୍ରିୟ ମନ୍ଦିର । ତେବେ ଏହା ପୂର୍ବରୁ ମଧ୍ୟ ବହୁ ମନ୍ଦିରରେ ଡ୍ରେସ୍ କୋର୍ଡ ଲାଗୁ କରାଯାଇଛି । ମନ୍ଦିରରେ ପବିତ୍ରତା ବଜାୟ ରଖିବାକୁ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ଘୋଷଣା କରାଯାଇଛି । ଏଥିମଧ୍ୟରେ ରହିଛି ଶ୍ରୀ ଗୋପାଳ କୃଷ୍ଣ ମନ୍ଦିର, ଶ୍ରୀ ସଂକଟମୋଚନ ହନୁମାନ ମନ୍ଦିର, ଶ୍ରୀ ବୃହସ୍ପତି ମନ୍ଦିର, ଶ୍ରୀ ଦୁର୍ଗା ମାତା ମନ୍ଦିର ଇତ୍ୟାଦି ।

Get real time updates directly on you device, subscribe now.