fbpx

ଶିମଲା ହେବ ଖାଲିସ୍ତାନର ରାଜଧାନୀ, ଜନମତ ସଂଗ୍ରହ ପାଇଁ ତାରିଖ ଧାର୍ଯ୍ୟ, SFJ ସଂଗଠନ ମୁଖ୍ୟଙ୍କ ଘୋଷଣା

Advertisement

ନୂଆଦିଲ୍ଲୀ: ଶିମଲା ହେବ ଖାଲିସ୍ତାନର ରାଜଧାନୀ। ଏମିତି ଦାବି କରିଛନ୍ତି ପ୍ରତିବନ୍ଧିତ ସଂଗଠନ ଶିଖ ଫର ଜଷ୍ଟିସ(ଏସଏଫଜେ)ର ସଂସ୍ଥାପକ ଗୁରପତଓ୍ଵନ୍ତ ପନ୍ନୁ। ସେ ପାକିସ୍ତାନୀ ଗଣମାଧ୍ୟମ ସାମ୍ନାରେ ଗୁରୁବାର ଖାଲିସ୍ତାନର ନୂତନ ନକ୍ସା ଉପସ୍ଥାପନ କରିଛନ୍ତି। ଖାସ୍ କଥା ଶିମଲାକୁ ଏହାର ରାଜଧାନୀ ଦର୍ଶାଯାଇଛି। ଏପରିକି ପଞ୍ଜାବର ସ୍ଵାଧୀନତା ପାଇଁ ଜନମତ ସଂଗ୍ରହ କରିବାର ତାରିଖ ମଧ୍ୟ ଘୋଷଣା କରାଯାଇଛି। ସଂଗଠନ ପାକିସ୍ତାନ ସରକାରଙ୍କ ସମର୍ଥନ ଦାବି କରିଛି।

ନ୍ୟୁୟର୍କରେ ବାସବାସ କରୁଥିବା ପନ୍ନୁ ଲାହୋର ପ୍ରେସ କ୍ଲବରେ ବୈଠକ କରିଛନ୍ତି। ବୈଠକରେ ଜନମତ ସଂଗ୍ରହ କରିବାର ତାରିଖ ଘୋଷଣା କରାଯାଇଛି। ସେ ଦାବି କରିଛନ୍ତି ଯେ, ଶିମଲା ଖାଲିସ୍ତାନୀଙ୍କ ଭବିଷ୍ୟତର ରାଜଧାନୀ ହେବ। ଏସଏଫଜେର ନକ୍ସାରେ ହରିୟାଣା, ହିମାଚଳ ପ୍ରଦେଶ, ରାଜସ୍ଥାନ, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡର ଶିଖ ବହୁଳ କ୍ଷେତ୍ର ସାମିଲ୍।

ପନ୍ନୁ ପାକିସ୍ତାନ ଗଣମାଧ୍ୟମକୁ ଜଣାଇଛନ୍ତି ଯେ, ପଞ୍ଜାବ ସ୍ଵାଧୀନତା ପାଇଁ ଜନମତ ସଂଗ୍ରହ ଗଣତନ୍ତ୍ର ଦିବସ ଉପଲକ୍ଷେ ୨୦୨୩ ଜାନୁଆରୀ ୨୬ ତାରିଖରେ ପଞ୍ଜାବ, ହରିୟାଣା ଏବଂ ହିମାଚଳ ପ୍ରଦେଶରେ ଆରମ୍ଭ କରାଯିବ। ଭାରତ ଏହା ଉପରେ ବେଆଇନ କବଜା କରିଛି ଏବଂ ଏହାକୁ ମାନ୍ୟତା ଦେଉନାହିଁ। ପଞ୍ଜାବ ଇଣ୍ଡିପେଡେଣ୍ଟ ରେଫରେଣ୍ଡମ ୨୦୨୧ ଅକ୍ଟୋବର ୩୧ରେ ଲଣ୍ଡନରେ ଆରମ୍ଭ ହୋଇଥିଲା। ଏହା ବ୍ୟତୀତ ଏହାର ଆୟୋଜନ ଇଟଲୀ ଏବଂ ସ୍ଵିଜରଲାଣ୍ଡରେ ମଧ୍ୟ ହୋଇ ସାରିଛି।

 

Get real time updates directly on you device, subscribe now.