ହସ୍ପିଟାଲରେ ଭର୍ତ୍ତି ହେଲେ ଶିବସେନା UBT ପ୍ରମୁଖ ଉଦ୍ଧବ ଠାକରେ, ପୁଅ ଆଦିତ୍ୟ ଦେଲେ ସ୍ୱାସ୍ଥ୍ୟ ଅପଡେଟ୍

ନୂଆଦିଲ୍ଲୀ: ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା UBT ପ୍ରମୁଖ ଉଦ୍ଧବ ଠାକରେ ଅସୁସ୍ଥ ଅଛନ୍ତି । ସୋମବାର ଛାତିରେ ସମସ୍ୟା ଯୋଗୁଁ ତାଙ୍କୁ ମୁମ୍ବାଇ ସ୍ଥିତ ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହସ୍ୱିଟାଲରେ ତାଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ସୂଚନାରୁ ପ୍ରକାଶ ଦଶହରା ରାଲି ପରେ ଉଦ୍ଧବ ଠାକରେ ଅସୁସ୍ଥତା ଅନୁଭବ କରୁଥିଲେ । ହସ୍ପିଟାଲରେ ଯାଞ୍ଚ ପରେ ଡାକ୍ତର ତାଙ୍କ ହୃଦୟରେ ବ୍ଲକେଜ୍ ଥିବା ଜାଣିବାକୁ ପାଇଥିଲେ । ଏହା ପରେ ଡାକ୍ତର ଟିମ୍ ଉଦ୍ଧବଙ୍କ ଆଞ୍ଜିଓପ୍ଲାଷ୍ଟି କରାଇଥିଲେ । କହିରଖୁଛୁ ଉଦ୍ଧବ ଠାକରେ ପ୍ରଥମ ଥର ପାଇଁ ୨୦୧୨ରେ ଆଞ୍ଜିଓପ୍ଲାଷ୍ଟି କରାଇଥିଲେ । ଅପରପକ୍ଷରେ ଉଦ୍ଧବ ଠାକରେଙ୍କ ପୁଅ ତଥା ମହାରାଷ୍ଟ୍ରର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଆଦିତ୍ୟ ଠାକରେ ‘ଏକ୍ସ’ରେ ଏକ ପୋଷ୍ଟ କରି ନିଜ ପିତାଙ୍କ ସ୍ୱାସ୍ଥ୍ୟ ଅପଡେଟ୍ ଦେଇ ଲେଖିଛନ୍ତି, ‘ଆଜି ସକାଳେ ରିଲାଏନ୍ସ ହସ୍ପିଟାଲରେ ତାଙ୍କର ଯାଞ୍ଚ କରାଯାଇଥିଲା । ଅପଣ ସମସ୍ତଙ୍କ ଶୁଭକାମନା ପାଇଁ ଧନ୍ୟବାଦ । ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ଲୋକଙ୍କ ସେବା ପାଇଁ ପ୍ରସ୍ତୁତ ଅଛନ୍ତି ।’

Get real time updates directly on you device, subscribe now.