fbpx

୧୦୦ କୋଟି ଟଙ୍କାର ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ସଞ୍ଜୟ ରାଉତ, ୧୫ ଦିନ ଜେଲ ସହ ଜରିମାନା

ନୂଆଦିଲ୍ଲୀ: ବିଜେପି ନେତାଙ୍କ ସ୍ତ୍ରୀଙ୍କ ଦ୍ୱାରା ଦାଖଲ ହୋଇଥିବା ମାନହାନୀ ମାମଲାରେ ଉଦ୍ଧବ ଠାକରେଙ୍କ ଦଳର ନେତା ସଞ୍ଜୟ ରାଉତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଭାରତୀୟ ଜନତା ପାର୍ଟୀର ନେତା କିରୀଟ ସୋମାୟାଙ୍କ ପତ୍ନୀ ମେଘାଙ୍କ ଦ୍ୱାରା ଶିବସେନା ଉଦ୍ଧବ ଠାକରେଙ୍କ ଦଳର ନେତା ସଞ୍ଜୟ ରାଉତଙ୍କ ଉପରେ ମାନହାନି ମାମଲା ରୁଜୁ ହୋଇଥିଲା। ଆଜି ଏହି ମାମଲାରେ ମଜଗାଓଁ କୋର୍ଟ ମାନହାନି ଦାବିରେ ସଞ୍ଜୟ ସିଂହଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

ଉଦ୍ଧବ ଠାକରେ ଦଳର ନେତା ସଞ୍ଜୟ ରାଉତ ଅଭିଯୋଗ ଲଗାଇଥିଲେ ଯେ, ସୋମାୟା ଦମ୍ପତ୍ତି ଶୌଚାଳୟ ନିର୍ମାଣ ପାଇଁ ପାଣ୍ଠିର ଅପବ୍ୟବହାର କରି ୧୦୦ କୋଟି ଟଙ୍କା ଦୁର୍ନୀତିରେ ଜଡିତ ଅଛନ୍ତି। ଏହାପରେ ମେଘା କିରୀଟ ସୋମାୟା ସଞ୍ଜୟ ରାଉତଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଥିଲେ ଏବଂ ୧୦୦ କୋଟି ଟଙ୍କାର ମାନହାନି ମାମଲା ରୁଜୁ କରିଥିଲେ। ମାନହାନି ମାମଲାରେ ସଞ୍ଜୟ ରାଉତ ଦୋଷୀ ସାବ୍ୟସ୍ତ ହୋଇଥିଲେ। ମେଟ୍ରୋପୋଲିଟନ ମାଜିଷ୍ଟ୍ରେଟ ୨୫ତମ କୋର୍ଟ, ମାଜଗାଓଁ ଗୁରୁବାର ଦିନ ଡ. ମେଧା କିରିଟ ସୋମାୟାଙ୍କ ଦ୍ୱାରା ଦାଖଲ ହୋଇଥିବା

ଅଭିଯୋଗର ଶୁଣାଣି ପରେ ଏହି ରାୟ ଦେଇଛନ୍ତି। କୋର୍ଟ ସଞ୍ଜୟ ସିଂହ ରାଉତଙ୍କୁ ୧୫ ଦିନର ଦଣ୍ଡ ଏବଂ ୨୫,୦୦୦ ଟଙ୍କାର ଜରିମାନାର ଦଣ୍ଡ ଦେଇଥିଲେ। ରାଉତଙ୍କୁ ଆଇପିସି ସେକ୍ସନ ୫୦୦ ଅନୁଯାୟୀ, ସଞ୍ଜୟ ରାଉତଙ୍କୁ ଦଣ୍ଡର ଶୁଣାଣୀ କରାଯାଇଛି।

Get real time updates directly on you device, subscribe now.