fbpx

Video: ଲାଇଭ୍ ଟିଭି ଶୋରେ ଶୋଏବ ଜମାଇଙ୍କ ଉପରେ ଆକ୍ରମଣ କଲେ ସହ ପେନାଲିଷ୍ଟ ସୁବୁହୀ ଖାନ୍‌, ପ୍ରଥମେ ପିଟିଲେ ପୁଣି ଦୌଡ଼ାଇଲେ

ନୂଆଦିଲ୍ଲୀ: ନିଜକୁ ଇସଲାମବାଦୀ ଜ୍ଞାନୀ କହୁଥିବା ଶୋଏବ ଜମାଇ ଅନେକ ସମୟରେ ଟିଭିରେ ନଜର ଆସିଥାନ୍ତି। ଶୁକ୍ରବାର ଏକ ଲାଇଭ୍ ଟିଭି ଶୋରେ ଜଣେ ସାଥି ପେନାଲିଷ୍ଟ ଶୋଏବଙ୍କ ଉପରେ ଆକ୍ରମଣ କରି ଦେଇଛନ୍ତି। ଶୋ ଚାଲିଥିବା ସମୟରେ ସେଠାରେ ଉପସ୍ଥିତ ଥିବା ମସ୍‌ଲିମ୍ ମହିଳା ପେନାଲିଷ୍ଟ ସୁବୁହି ଖାନଙ୍କୁ କିଛି ଏପରି କହିଥିଲେ, ଯାହା ମହିଳା ଜଣଙ୍କୁ ଭଲ ଲାଗି ନଥିଲା। ଏହାପରେ ସେ ଶୋଏବ ଜମାଇଙ୍କୁ ଦୌଡ଼ିବାକୁ ବାଧ୍ୟ କରିଥିଲେ । ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଖୁବ୍ ଭାଇରାଲ ହେଉଛି ।

ଏହି ଭିଡିଓରେ ସୁବୁହି ଖାନ ଜାମାଇଙ୍କ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରୁଥିବାର ଏବଂ ଅପମାନିତ ଶବ୍ଦ ବ୍ୟବହାର କରୁଥିବା ନଜର ଆସିଛନ୍ତି । ଶୋଏବ ଜାମାଇଙ୍କ ‘ଅଖଣ୍ଡ ଭାରତ’ରେ ଭିଡିଓ ଭାଇରାଲ ହେବାର କିଛି ସମୟ ପରେ ଏହି ଘଟଣା ଘଟିଛି ।

ଏହି ଭିଡିଓ ଭାଇରାଲ ହେବା ପୁର୍ବରୁ ଶୋଏବନ ଜମାଇ ଅଖଣ୍ଡ ଭାରତ ଉପରେ ବୟାନ ଦେଇ ଚର୍ଚ୍ଚାକୁ ଆସିଥିଲେ । ସେ କହିଥିଲେ ଯେ, ‘ମୁଁ ଭଗବାନଙ୍କ ନିକଟରେ ଶପଥ କରୁଛି, ଦିନ ଆସିବ ଯେତେବେଳେ ଏହି ଦେଶ ଏକ ଅଖଣ୍ଡ ଭାରତରେ ପରିଣତ ହେବ ଏବଂ ପାକିସ୍ତାନରେ ବାସ କରୁଥିବା ୨୫ କୋଟି ମୁସଲମାନ, ବାଂଲାଦେଶରେ ୨୫ କୋଟି ମୁସଲମାନ ଏବଂ ଭାରତରେ ୨୫ କୋଟି ନିୟୁତ ମୁସଲମାନ ବାସ କରିବେ, ସମସ୍ତେ ଏକାଠି ହେବେ । ସେଦିନ ଆମର ମୁସଲମାନ ପ୍ରଧାନମନ୍ତ୍ରୀ ହେବେ ଏବଂ ଆମର ୨୫୦ ରୁ ଅଧିକ ସାଂସଦ ରହିବେ ।

Get real time updates directly on you device, subscribe now.